ଓଡ଼ିଆ ନ୍ୟୁଜ୍: ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍ । ହୀରାକୁଦର ମୋଟ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୫୬ ଫୁଟ୍ ରହିଛି । ହୀରାକୁଦକୁ ପଶୁଛି ୨,୯୩,୫୧୨ କ୍ୟୁସେକ । ଜଳ ନିଷ୍କାସିତ ହେଉଛି ୨,୬୪,୧୨୯ କ୍ୟୁସେକ ଜଳ । ମହାନଦୀର ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଆଜି ସକାଳେ ପୁଣି ଦୁଇଟି ଗେଟ୍ ଖୋଲାଯାଇଛି । ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏ ନେଇ ସୂଚନା ଦିଆଯାଇଛି।
ଏହି କ୍ରମରେ ଆଜି ୪ଟି ଗେଟ୍ ଖୋଲି ଦିଆଯାଇଛି। ପୂର୍ବରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ବର୍ତ୍ତମାନ ସମୟରେ ମୋଟ୍ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆବଶ୍ୟକ ହେଲେ ଆହୁରି ଗେଟ୍ ଖୋଲା ଯାଇପାରେ। ବାରମ୍ୱାର ଗେଟ୍ ଖୋଲାଯିବାରୁ ମହାନଦୀରେ ବନ୍ୟା ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି।