ଓଡ଼ିଆ ନ୍ୟୁଜ୍: ଉପମୁଣ୍ଡରେ ପ୍ରବଳ ବର୍ଷା । ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ । ବାମ ପଟେ ୧୩ ଓ ଡାହାଣ ପଟେ ୭ଟି ଗେଟ୍ ଖୋଲା । ଜଳଭଣ୍ଡାରକୁ ପଶୁଛି ୩ ଲକ୍ଷ ୬୫୧ କୁ୍ୟସେକ ଜଳ । ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୩ଲକ୍ଷ ୪୬୦ କୁ୍ୟସେକ ଜଳ । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୫.୩୧ ଫୁଟ । ସେପଟେ ସୁବର୍ଣ୍ଣରେଖାରେ ହ୍ରାସ ପାଉଛି ଜଳସ୍ତର । ରାଜଘାଟରେ ଜଳସ୍ତର ୧୦.୫୫ ମିଟର ଉପରେ ପ୍ରବାହିତ । ରବିବାର ସତର୍କ ସଙ୍କେତ ଟପିଥିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରବିବାର ରାଜଘାଟରେ ଜଳସ୍ତର ୧୧.୨୭ ମିଟର ରହିଥିଲା । ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଅଞ୍ଚଳ ପାଣିଘରେରେ ।
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ଯୋଗୁ ୧୧ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ପ୍ରକୋପ ଅଧିକ ଥିବାରୁ ୯ଟି ଆଶ୍ରୟସ୍ଥଳୀକୁ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କୁ ରିଲିଫ ସାମଗ୍ରୀ ମିଳିବା ନେଇ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରହିଛି ।