ଗୃହରକ୍ଷୀଙ୍କ ପ୍ରତିଦିନର ଭର୍ତ୍ତା ବୃଦ୍ଧି କରାଯାଉ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସରକାର ଲାଗୁ କରିବାକୁ ଦାବି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ହେଉ ଅବା କମିଶନରେଟ ପୋଲିସ୍, ସବୁଠି ଗୃହରକ୍ଷୀ କାମ କରୁଛନ୍ତି। ସେମାନେ ଖରା ହେଉ ଅବା ବର୍ଷା ଗ୍ରାଉଣ୍ଡ ଜିରୋରେ କାମ କରୁଛନ୍ତି। କିନ୍ତୁ ସେମାନେ ଯେତିକି ଦରମା ପାଉଛନ୍ତି ଆଜିର ଦରଦାମ ବୃଦ୍ଧି ଯୁଗରେ ପରିବାର ଚଳେଇବା କଷ୍ଟକର ହେଉଛି। ଏହାକୁ ହୃଦଗମ୍ କରି ସର୍ବୋଚ୍ଚ ନ୍ୟାାଳୟ ସେମାନଙ୍କ ପ୍ରତିଦିନର ଭତ୍ତା ବୃଦ୍ଧି ପାଇଁ ରାୟ ଦେଇଥିଲେ। ଏହି ରାୟ ଆଧାରରେ ରାଜ୍ୟ ସରକାର ୯୦ ଦିନର ସମୟ ନେଇଛନ୍ତି।
ଇତି ମଧ୍ୟରେ ଗୋଟିଏ ମାସ ହେଇଗଲାଣି କିନ୍ତୁ ଗୃହରକ୍ଷୀଙ୍କ ଭତ୍ତା ବଢ଼ିନି। ତେଣୁ ଆଜି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ଭୁନେଶ୍ଵର କମିଶନରେଟ ଜିଲ୍ଲା ଗୃହରକ୍ଷୀ ସମାଜ କଲ୍ୟାଣ ସଂଘ ମିଳିତ ଆନୁକୂଲ୍ୟରେ ୟୁନିଟ୍ -୧ କସ୍ତୁରବା ନାରି ମହଲ ନିକଟରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ରାଜ୍ୟ ମାନବାଧିକାର କମିଶନର ରାଜ୍ୟା ସଭାପତି ଦିଲୀପ ଧଳ, ମହିଳା ସଭାପତି ଆରତି ମଙ୍ଗରାଜ,ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ସଭାପତି ରଞ୍ଜନ କୁମାର ମଲ୍ଲିକ ଯୋଗ ଦେଇଥିଲେ।
ଏଥିରେ ଭୁବନେଶ୍ୱର କମିଶନରେଟ ଜିଲ୍ଲା ଗୃହରକ୍ଷୀ ସମାଜ କଲ୍ୟାଣ ସଂଘର ସଭାପତି ଶରତ ଚନ୍ଦ୍ର ମିଶ୍ର କହିଛନ୍ତି ଯେ, ଆମେ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛୁ କି, ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। ଆଉ ନୂଆ ରିକ୍ରୁମେଣ୍ଟ ହୋଇଥିବା କନେଷ୍ଟବଳଙ୍କ ବେସିକ ପେ , DA, ଗ୍ରେଡ ପେ, ତା ସହିତ ୱାସିଂ ଆଲାଉଁସ୍ ଦେବା ସହିତ କୋର୍ଟଙ୍କ ଆଦେଶ ମୁତାବକ ୨୦୧୮ଜୁନରୁ ଏରିଅଲ ଦେବାକୁ ଅନୁରୋଧ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେକ୍ରେଟେରୀ ହୃଦାନନ୍ଦ ସାହୁ,ମହେନ୍ଦ୍ର ଦଳେଇ ଅନ୍ୟମାନେ ଉପସ୍ଥିତ ରହିଥିଲେ।