ହୋମ୍ଗାର୍ଡ ପରୀକ୍ଷା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କ ମୃତ୍ୟୁ
ଓଡ଼ିଆ ନ୍ୟୁଜ୍: ଖୋର୍ଦ୍ଧା ଜିଲାର ତରତୁଆ ରିଜର୍ଭ ପଡ଼ିଆରେ ହୋମ୍ଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କର ଅସୁସ୍ଥ ହୋଇ ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ସୂଚନା ଅନୁଯାୟୀ, ପରୀକ୍ଷା ବେଳେ ଦୌଡ଼ୁଥିବା ସମୟରେ ଏହି ପରୀକ୍ଷାର୍ଥୀ ହଠାତ୍ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲ।
ତତକ୍ଷଣାତ୍ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି।