”ପ୍ରଫେଟ ସଙ୍ଗ’ ପାଇଁ ସମ୍ମାନଜନକ ବୁକର୍ ପୁରସ୍କାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉପନ୍ୟାସ ପୁସ୍ତକ ‘ପ୍ରଫେଟ୍‌ ସଙ୍ଗ୍‌’ ନିମନ୍ତେ ରବିବାର ଦିନ ଆୟର୍ଲାଣ୍ଡ୍‌ର ଲେଖକ ପଲ୍‌ ଲିଞ୍ଚ୍‌ ୨୦୨୩ ବୁକର୍‌ ପୁରସ୍କାର ବିଜୟୀ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି। ଲିଞ୍ଚ୍‌ଙ୍କଦ୍ବାରା ରଚିତ ଏହି ୫ମ ଉପନ୍ୟାସ ପାଶ୍ଚାତ୍ୟ ଗଣତନ୍ତ୍ରର ଅସ୍ଥିରତା ଓ ସିରିଆର ଶାସନ ବ୍ୟବସ୍ଥାର ଅଭ୍ୟନ୍ତରୀଣ ପତନ ଭଳି ବିପର୍ଯ୍ୟୟ ପ୍ରତି ସମୋନଙ୍କର ବେପରୁଆ ମନୋଭାବ ପ୍ରତିପାଦନ କରୁଛି। ଲିଞ୍ଚଙ୍କ ପଞ୍ଚମ ଉପନ୍ୟାସ ପାଶ୍ଚାତ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ତଥା ସିରିଆରେ ହେଉଥିବା ବିସ୍ଫୋରଣ ପରି ବିପର୍ଯ୍ୟୟ ପ୍ରତି ତାଙ୍କର ଉଦାସୀନତା ଦେଖାଇବାକୁ ଚେଷ୍ଟା କରିଛି ।

ବୁକର୍ ୨୦୨୩ ର ବିଚାରପତିଙ୍କ ଅଧ୍ୟକ୍ଷ ଇଏସଆଇ ଏଦୁଗିଆନ୍ କହିଛନ୍ତି, “”ପ୍ରଫେଟ ସଙ୍ଗ’ ର କାହାଣି ଆମ କବାଟରେ ହେଉଥିବା ପ୍ରଥମ ଠକଠକ ଶବ୍ଦ ସଦୃଶ ଯାହା ଆମ ଶାଳୀନତାରୁ ଆମକୁ ବାହାରକୁ ଆଣିଥାଏ । ଆୟରଲ୍ୟାଣ୍ଡରେ ନିଜ ପରିବାରକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଜଣେ ମହିଳାଙ୍କ ଭୟାବହ କଷ୍ଟକୁ ଆମେ ଅନୁସରଣ କରୁଛୁ, ଯିଏ ନେତୃତ୍ବ ନେବାକୁ ଚେଷ୍ଟା କରୁଛି । ” ଏହା ଭାବପ୍ରବଣ କାହାଣୀ, ସାହସ ଏବଂ ଧୈର୍ଯ୍ୟର ଏକ ବିଜୟ ।

ଲେଖକ ଲିଞ୍ଚ ପୂର୍ବରୁ ଆୟର୍ଲାଣ୍ଡର ରବିବାର ଟ୍ରିବ୍ୟୁନ୍ ଖବରକାଗଜର ମୁଖ୍ୟ ଚଳଚ୍ଚିତ୍ର ସମାଲୋଚକ ଥିଲେ । ସେ କହିଛନ୍ତି ଯେ ସେ ଚାହୁଁଛନ୍ତି ଯେ ପାଠକମାନେ ତାଙ୍କ ଲେଖାର ତୀବ୍ର ବାସ୍ତବତା ସହିତ କାହାଣୀର ମର୍ମକୁ ଯାଇ ବୁଝିବାକୁ ଚେଷ୍ଟା କରନ୍ତୁ । ଆମେ ବର୍ତ୍ତମାନ କୋଉଠି ଅଛୁ ଏବଂ ଆମର ଗତି କୁଆଡେ । ବୁକର୍ ପୁରସ୍କାର ୱେବସାଇଟରେ ପ୍ରକାଶିତ ମନ୍ତବ୍ୟରେ ଲିଞ୍ଚ କହିଛନ୍ତି ଯେ ମୁଁ ପାଠକ ମାନଙ୍କୁ ଏଥିରେ ଗଭୀର ଭାବରେ ସଂଶ୍ଳିଷ୍ଟ କରିବାକୁ ଚାହୁଁଛି । ଯେ ପୁସ୍ତକ ଶେଷ ସୁଦ୍ଧା ସେମାନେ ଏଭଳି ସମସ୍ୟାର ଭୟବହତା ଅନୁଭବ କରନ୍ତୁ ।

Leave A Reply

Your email address will not be published.