କଂଗ୍ରେସର ଘର ବାହୁଡ଼ା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ରେ ଚାରି ଦିନ ତଳେ କଂଗ୍ରେସ ଦଳ ଛାଡ଼ି ବିଜେଡି ରେ ସାମିଲ ହୋଇଥିବା କଂଗ୍ରେସ ନେତା ଙ୍କ ଘର ବାହୁଡା। ସାମ୍ବାଦିକ ସମ୍ମିଳନୀ ରେ ଦେଲେ ସ୍ପଷ୍ଟୋକ୍ତି।

ସୂଚନା ଅନୁସାରେ ଗତ ୨୭ ତାରିଖ ଶଙ୍ଖ ଭବନରେ କଂଗ୍ରେସ ଦଳ ଛାଡ଼ି ବିଜୁଜନତା ଦଳ ରେ ସାମିଲ ହୋଇଥିବା ବାଲିଆପାଳ କଂଗ୍ରେସର ଆଗଧାଡିର ନେତା ତଥା ଶ୍ରୀରାମପୁର ପଞ୍ଚାୟତ ର ସରପଞ୍ଚ ଦେବ କୁମାର ଦେ ଏବଂ ଝାଡେଶ୍ବର ବେହେରା ଆଜି ସାମ୍ବାଦିକ ସମ୍ମିଳନୀ କରି ଘରବାହୁଡା ହୋଇଛନ୍ତି।

ତେବେ ପ୍ରଶାସନିକ ଦବଙ୍ଗଗିରି ରେ ଅତିଷ୍ଠ ହୋଇ ବିଜେଡି ରେ ସାମିଲ ହୋଇଥିବା ବେଳେ କଂଗ୍ରେସ ଦଳର କର୍ମୀ ମାନଙ୍କ ର ଭଲପାଇବା ତାଙ୍କୁ କଂଗ୍ରେସ କୁ ଫେରାଇ ଆଣିଥିବା କହିଛନ୍ତି। ଏବଂ ମରିବା ପର୍ଯ୍ୟନ୍ତ କଂଗ୍ରେସ ରେ ରହିବାର ପ୍ରତିଶ୍ରୁତି ଦେଇଛନ୍ତି। ଏହାକୁ ନେଇ ଚାରି ଦିନ ଧରି କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ଦୁଃଖ,ଅବସାଦ ଦୂରୀକରଣ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.