କିପରି ପାଳନ କରାଯାଏ ରଜ ପର୍ବ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡିଶାର ବାର ମାସର ତେର ପର୍ବ ମଧ୍ୟରୁ ରଜ ପର୍ବ ଅନ୍ୟତମ । ଏହି ପର୍ବ ଅନେକ ସ୍ୱତନ୍ତ୍ରତା ବହନ କରେ । ଜ୍ୟେଷ୍ଠ ମାସର ନିଦାଘ ଗ୍ରୀଷ୍ମକୁ ବିଦାୟ ଦେଇ ଆଷାଢ଼ର ଆରମ୍ଭ ହୁଏ ରଜରେ । ଗାଁ’ଠୁ ସହର ଚାରିଆଡେ ଉତ୍ସବର ମାହୋଲ ସୃଷ୍ଟି ହୁଏ । ସବୁଠି ଭାଇଚାରାର ବାସ୍ନା। ଘରେ ଘରେ ରଜ ପିଠାର ଅସାର ଜମେ। ରଜ ଦୋଳି ରଜ ପାନର ମହକରେ ସବୁଠି ଖୁସିର ଲହରୀ ଖେଳିଯାଏ। ଏହି ପର୍ବ ପାଳନ ବେଳରେ ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି।

ଅଭିଆଡ଼ି ଝିଅମାନେ ଶାଢ଼ୀ ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି। ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି। ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ।ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ। ଏହା ବସୁଧା ମାତାଙ୍କ ସ୍ନାନ। ପ୍ରାପ୍ତ ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ବସୁମାତାଙ୍କ ସ୍ୱରୂପକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବ ଡାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ। ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି।

ମାର୍ଗଶୀର ଶେଷ ଗୁରୁବାର ଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ। ରଜସ୍ୱଳା ନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବା ପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ କରାଯାଏ। ବସୁମତୀ ସ୍ନାନ ଦିନ ଧରଣୀ ମା’ ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ।

Leave A Reply

Your email address will not be published.