ଆଜିର ଦିନରେ ଓଡ଼ିଶାକୁ ଦୋହଲାଇ ଦେଇଥିଲା ମହାବାତ୍ୟା: .କେମିତି କରାଯିବ ବାତ୍ୟା ମୁକାବିଲା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ଦିଆଯିବ ଟ୍ରେନିଂ
୧୯୯୯ ମସିହାରେ ମହାବାତ୍ୟା ପୂରା ଓଡିଶାକୁ ଦୋହଲାଇ ଦେଇଥିଲା। କିନ୍ତୁ ମାତ୍ର 23 ବର୍ଷ ଓଡିଶା ସବୁ ପ୍ରକାର ବିପର୍ଯ୍ୟୟକୁ ମୁକାବିଲା କରିବା ସକ୍ଷମ ହୋଇପାରିଛି। କେବଳ ସକ୍ଷମ ନୁହେ ଅନ୍ୟ ରାଜ୍ୟକୁ ମଧ୍ୟ ସହାୟତା କରୁଛି। ସାରା ଦେଶରେ ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ହୋଇପାରିଛି ଓଡିଶା। ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଆଜି ପାଳନ ହୋଇଛି। ଏବେ ରାଜ୍ୟ ସରକାର ଅନ୍ୟ ବିପର୍ଯ୍ୟୟ ମୁକାବିଲା ଉପରେ ଗୁରୁତ୍ୱ ଦେଇଛନ୍ତି। ବାତ୍ୟା,ବନ୍ୟା ଅପେକ୍ଷା ସାପକାମୁଡ଼ା, ବଜ୍ରପାତ ଓ ପାଣିରେ ବୁଡି ମରିବା,ନିଆଁ ଲାଗିବା ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି। ଏହା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ସେହିପରି ସହରାଞ୍ଚଳରେ ବନ୍ୟା ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ କଟକ,ଭୁବନେଶ୍ୱର,ବ୍ରହ୍ମପୁର ସହରରେ ଫାୟାର ସର୍ଭିସର striking ଫୋର୍ସ ରହିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇ ସାରିଛନ୍ତି।
Fire accidentକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରର ଫାୟାର ମ୍ୟାନେଜମେଣ୍ଟ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସେହିପରି ଅଷ୍ଟମରୁ ସ୍ନାତକୋତ୍ତର। ସବୁ ଶ୍ରେଣୀରେ ରହିବ କିଛି ବିପର୍ଯ୍ୟୟ ମୁକା ବିଲା ସମ୍ପର୍କିତ ପାଠ୍ୟକ୍ରମ। ପ୍ରତି ଘରେ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ଜଣେ ଲେଖାଏଁ ଯୋଦ୍ଧା ତିଆରି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସମସ୍ତଙ୍କୁ ଟ୍ରେନିଂ ଦିଆଯିବ। ଏହା ସହ ମୁଖ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ସମସ୍ତ ସରକାରୀ କର୍ମଚାରୀ ବିପର୍ଯ୍ୟୟ ମୁକାବିଲା ସମ୍ପର୍କରେ ଅନ ଲାଇନ କୋର୍ସ କରିବେ। ନେବେ। ବିପର୍ଯ୍ୟୟ କ୍ଷେତ୍ରରେ ନୂଆ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି। ତେଣୁ ସବୁ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ କଣ ସବୁ ଭିତ୍ତିଭୂମି ରହିଛି ସେଗୁଡିକ ପ୍ରଦର୍ଶନୀ କରାଯାଇଥିଲା।