ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପବିତ୍ର ମହାବୀର ଜୟନ୍ତୀ ଏବଂ ଓଡିଆ ନବବର୍ଷ ଉପଲକ୍ଷେ ଭୁବନେଶ୍ବରର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ହେବାକୁ ଥିବା ଜନସମାଗମକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି। ଏହି ଅବସରରେ ଆସିବାକୁ ଥିବା ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ଶୃଙ୍ଖଳାରେ ପର୍ବ ପାଳନ କରିବେ, ସେହିସବୁ ଦିଗକୁ ତର୍ଜମା କରାଯାଇ ଏହି ପୁଲିସ ବ୍ୟବସ୍ଥା ଆୟୋଜନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଖଣ୍ଡଗିରି ଥାନା ଅନ୍ତର୍ଗତ ହନୁମାନ ଚାଳିଶା ପ୍ରଚାର ସମିତି ରେ ୫୦୦୦ ଜନସମାଗମ କୁ ଦୃଷ୍ଟିରେ ରଖି ଜାଗମରା କଳିଙ୍ଗ କ୍ରିକେଟ ଆସୋସିଏସନ ପଡିଆରେ ହେବାକୁ ଥିବା ପୂଜା ପାଇଁ ୧ ପ୍ଲାଟୁନ ଫୋର୍ସ ଏବଂ ୫ ଜଣ ମହିଳା କନେଷ୍ଟବଲ ନିଯୋଜିତ କରାଯାଇଛି।
ସେହିପରି ଖାରବେଳନଗର ଥାନା ଅନ୍ତର୍ଗତ ପ୍ରେସ କଲୋନୀ ଏବଂ ରାମ ମନ୍ଦିରରେ ୬ ସେକ୍ଶନ ଫୋର୍ସ ଏବଂ ୧ ସେକ୍ଶନ ମହିଳା କନେଷ୍ଟବଲ ନିଯୋଜିତ କରାଯାଇଛି । ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ବାରିମୂଳ, ଲକେଶ୍ଵର ମନ୍ଦିର ରେ ୧ ସେକ୍ଶନ ଫୋର୍ସ ନିଯୋଜିତ କରାଯାଇଛି।
ବାଲିଅନ୍ତା ଥାନା ଅନ୍ତର୍ଗତ ପୂଜାନୁଷ୍ଠାନ ମାନଙ୍କରେ ୧ ସେକ୍ଶନ ଫୋର୍ସ ନିଯୋଜିତ କରାଯାଇଛି ଏବଂ ନନ୍ଦନକାନନ ଥାନା ଅନ୍ତର୍ଗରତ ରଘୁନାଥ ନଗରରେ ୨ସେକ୍ଶନ ଫୋର୍ସ ଏବଂ ୫ ଜଣ ମହିଳା କନେଷ୍ଟବଲ ନିଯୋଜିକ କରାଯାଇଛି ।
ଏଥି ସହିତ ଭୁବନେଶ୍ବର ସହରାଞ୍ଚଳ ପୁଳିସ ତରଫରୁ ମହାବୀର ଜୟନ୍ତୀ ଏବଂ ଓଡିଆ ନବବର୍ଷ ସୁରୁଖୁରୁରେ ପାଳନ କରାଯିବା ନିମନ୍ତେ ସମୁଦାୟ ୬ ପ୍ଲାଟୁନ ଫୋର୍ସ ନିଯୋଜିତ କରାଯିବ ସହ ସମସ୍ତ ଥାନାର ଥାନାଧିକାରୀ ମାନଙ୍କୁ ସେମାନଙ୍କର ଥାନା ଅଞ୍ଚଳରେ କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜିବ ସେଥି ପ୍ରତି ସଜାଗ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି ।