ଓଡ଼ିଆ ନ୍ୟୁଜ୍: ପୁଅ ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମାଆ ଶେଫାଳୀ ସୁନାଙ୍କ ଚାଞ୍ଚଲ୍ୟକର ସୂଚନା। ପ୍ରୋଗ୍ରାମ ନେଇ ହ୍ୟୁମାନଙ୍କୁ ଆଗୁଆ ଜଣାଯାଉ ନଥିଲା। ପ୍ରୋଗ୍ରାମ ବୁକ୍ କରିବା ଓ ଟଙ୍କା ଧାର୍ଯ୍ୟ କରିବା କାମ ପପୁ କରୁଥିଲା।ହ୍ୟୁମାନଙ୍କ ବାବଦରେ ପପୁ ସବୁ ଜାଣିଥିଲା। ୧୦ ତାରିଖରେ ଅସୁସ୍ଥତା ଥାଇ ଭୁବନେଶ୍ବରରେ ପ୍ରୋଗ୍ରାମ କରାଯାଇଥିଲା। ୧୧ ତାରିଖରେ ତାକୁ ହସ୍ପିଟାଲ୍ ନେଇ କିଛି ସମୟ ପରେ ଅଣାଯାଇଥିଲା।‘୧୨ ତାରିଖରେ ୧୦୩ ଜ୍ବର ଥାଇ ବି ପ୍ରୋଗାମ ରଖାଯାଇଥିଲା’। ଆଉ ସେହି ପପୁ ଆସି ତାକୁ ହସ୍ପିଟାଲ୍ ନେଇଥିଲା।ସେହିଦିନ ହିଁ ତାକୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।ଏତେ ଅସୁସ୍ଥତା ସତ୍ତ୍ବେ ମୋତେ କିଛି ବି ଅବଗତ କରାଯାଇ ନଥିଲା।
ଅନ୍ୟପକ୍ଷେ ତାଙ୍କ ଗୁରୁ ପ୍ରେମଆନନ୍ଦ ମଧ୍ୟ କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ କରାଯାଉଥିଲା। ତାଙ୍କ ଶାରିରୀକ ଅସୁସ୍ଥତା କଷ୍ଟ ଦେଉଥିଲା। ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ। ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ହ୍ୟୁମାନଙ୍କ ମା’କୁ ଗାଳିଗୁଲଜ କରିବା ଠିକ ନୁହେଁ। ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ। ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡ଼ିବ। ସୋସିଆଲ ମିଡିଆ ଟ୍ରୋଲ୍କୁ ବହୁତ ଡରୁଥିଲେ ହ୍ୟୁମାନ।