ଜନ୍ମମାଟି ସମ୍ପର୍ଣ୍ଣ ହେଲା ହ୍ୟୁମାନଙ୍କ ଶେଷକୃତ୍ୟ

0

ଓଡ଼ିଆ ନ୍ୟୁଜ୍: ଜନ୍ମ ମାଟିରେ ସମ୍ପର୍ଣ୍ଣ ହେଲା ଓଡ଼ିଶାର ଲୋକପ୍ରିୟ ଗୀତିକାର ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ। ସଂଗୀତ ଜଗତର ଚର୍ଚ୍ଚିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ୍‌ ସାଗରଙ୍କ ଶେଷକୃତ ଆଜି ସନ୍ଧ୍ୟାରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ରେ ସମ୍ପନ୍ନ ହୋଇଛି। ହ୍ୟୁମାନ ସାଗରଙ୍କ ଅନ୍ତିମ ବିଦାୟ ସ୍ଥାନୀୟ ଏକ ଚର୍ଚ୍ଚରେ କରାଯାଇଛି। ପରଂପରା ଅନୁସାରେ ଅନୁଷ୍ଠିତ ଶେଷକୃତ୍ୟ କାର୍ଯ୍ୟକ୍ରମରେ ଲକ୍ଷାଧିକ ପ୍ରଶଂସକ ଓ ଶୁଭେଚ୍ଛୁ ସାମିଲ ହୋଇ ମରଶରୀରକୁ ଅଶ୍ରୁଳ ବିଦାୟ ଦେଇଥିଲେ।

ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ବଲାଙ୍ଗୀର, କଣ୍ଟାବାଞ୍ଜି, ସଇଁତଳାରୁ ମଧ୍ୟ ପ୍ରଶଂସକମାନେ ଛୁଟି ଆସିଥିଲେ। ମରଶରୀର ଟିଟିଲାଗଡ଼ରେ ପହଞ୍ଚିଲା ପରେ ହ୍ୟୁମାନଙ୍କର ଘରେ ଓ ଘର ବାହାରେ ପ୍ରବଳ ଭିଡ଼ ଲାଗିଥିଲା। ପରିବାର ଲୋକ, ସଂପର୍କୀୟ, ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଅନ୍ତିମ ଦର୍ଶନ କରିଥିଲେ।

Leave A Reply

Your email address will not be published.