ଚିକିତ୍ସା ପାଇଁ ପଇସା ଯୋଗାଡ଼ କରିବାକୁ ଯାଉଛି କହି ଆଉଫେରିଲାନି ସ୍ବାମୀ, ସାମ୍ବାଦିକଙ୍କ ଜରିଆରେ ଥାନାକୁ ଆସିଲେ ମହିଳା
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିଜ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଆଣି ଭୁବନେଶ୍ୱର ସହିଦ ନଗର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଡ଼ମିଶନ କରି ଚିକିତ୍ସା ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ପାଇଁ ଯାଉଛି କହି ଆଉ ଫେରିନଥିଲେ ସ୍ବାମୀ।ସକାଳ ୧୦ଟାରୁ ନିଜ ୬ ବର୍ଷର ପୁଅକୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ।ମାତ୍ର ଅପରାହ୍ନ ତିନିଟା ପର୍ଯ୍ୟନ୍ତ ହସ୍ପିଟାଲରେ ଥିବା ପତ୍ନୀଙ୍କ ନିକଟକୁ ଆଉ ନଫେରିବାରୁ ପତ୍ନୀ ଜଣକ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅଗୋଚରରେ ନିଜ ପତିଙ୍କୁ ଖୋଜିବାକୁ ପଳାଇ ଆସିଥିଲେ।
ପରେ ଭୁବନେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଅସହାୟ ଅବସ୍ତାରେ ବୁଲି ବୁଲି କିଛି ଉପାୟ ନପାଇବାରୁ ସେଠାରେ ଫୁଟ ପାଟ୍ରୋଲିଂ କରୁଥିବା ସ୍ଥାନୀୟ ଆରକ୍ଷୀ ସହାୟତା କେନ୍ଦ୍ରର ଅଧିକାରୀ ନିରଞ୍ଜନ ନାୟକଙ୍କୁ ଜଣାଇ ଥିଲେ। ଅଧିକାରୀ ଜଣକ ସମ୍ପୃକ୍ତ ଘରୋଇ ହସ୍ପିଟାଲ ସହ ଯୋଗାଯୋଗ କରି ସବୁ ବିଷୟରେ ଅବଗତ କରାଇଥିଲେ। କିନ୍ତୁ ହସ୍ପିଟାଲ ପକ୍ଷରୁ କୌଣସି ସହଯୋଗ କରାଯାଇ ନଥିଲା।ଅନ୍ୟ ଉପାୟ ନପାଇ ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ପୋଲିସ କଣ୍ଟ୍ରୋଲ ରୁମକୁ ସମସ୍ତ ବିଷୟ ଅବଗତ କରାଯିବ ପରେ PCR ଭ୍ୟାନ ଆସି ମହିଳାଙ୍କୁ ସହିଦ ନଗର ପୋଲିସ ଥାନାକୁ ନେଇ ଯାଇଥିଲେ।