ଖତ ଗଦାରୁ ବିଡା ବିଡା ଟଙ୍କା ଜବଦ କଲା ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ ପୋଲିସ

0

ଖତ ଗଦାରୁ ବିଡା ବିଡା ଟଙ୍କା ଜବଦ କଲା ହାଇଦ୍ରାବାଦ କ୍ରାଇମବ୍ରାଞ୍ଚ ପୋଲିସ | ବାଲେଶ୍ବର କମର୍ଦ୍ଦା ଥାନା ବଡ ମନ୍ଦାରୁଣୀ ଗ୍ରାମରେ ହାଇଦ୍ରାବାଦ ପୋଲିସର ଚଢଉ | ମା ଏବଂ ପୂଅ ଅଟକ | ହାଇଦ୍ରାବାଦ ର ଆଗ୍ରୋ ଇଣ୍ତଷ୍ଟ୍ରି ରୁ 21 ଲକ୍ଷ ଟଙ୍କା ଚୋରି ଘଟଣା ରେ ଛାନଭିନ୍ | ଆଗ୍ରୋ ଇଣ୍ତଷ୍ଟ୍ରି ରୁ ଟଙ୍କା ଚୋରି କରି ଶାଳକ ହାତ ରେ ପଠାଇ ଥିଲେ ଭିଣୋଇ|

ଶାଳକ ଟଙ୍କା ଆଣି ଘରେ ରଖିଥିଲେ | ଭିଣୋଇ ଫେରାର ଥିଲେ | ସୂଚନା ଅନୁଯାୟୀ ବଡମନ୍ଦାରୁଣୀ ଗ୍ରାମର ଉମାକାନ୍ତ ବେହେରା ଙ୍କ ଜ୍ବାଇଂ ଗୋପାଳ ବେହେରା ହାଇଦ୍ରାବାଦ ରେ ଏକ ଆଗ୍ରୋ ଇଣ୍ତଷ୍ଟ୍ରି ରେ ଦୀର୍ଘ 10 ବର୍ଷ ଧରି କାର୍ଯ୍ଯ କରୁ ଥିଲେ | ଗତ 8/9/10 ତାରିଖ ବ୍ଯାଙ୍କ ବନ୍ଦ ଥିବା ରୁ କମ୍ପାନୀ ର ଲକର ରେ ଟଙ୍କା ରଖିଥିଲେ |

ଗୋପାଳ କୌଶଳ କ୍ରମେ ଟଙ୍କା ଚୋରି କରି ହାଇଦ୍ରାବାଦ ରେ ରହୁଥିବା ତାଙ୍କ ଶଳା ରବିନ୍ଦ୍ର ବେହାରା ଙ୍କୁ ଟଙ୍କା ଦେଇ ଘରକୁ ପଠାଇ ଥିଲେ | ରବିନ୍ଦ୍ର ଜଳେଶ୍ବର ଷ୍ଟେସନ ଆସି ବାପା ମା ଙ୍କୁ ଟଙ୍କା ଦେଇ ପୂଣି ହାଇଦ୍ରାବାଦ ଫେରି ଯାଇ ଥିଲେ | ବର୍ତ୍ତମାନ ରବିନ୍ଦ୍ର ହାଇଦ୍ରାବାଦ ରେ ଅଟକ ଥିବା ବେଳେ ରବିନ୍ଦ୍ର ଙ୍କ ମା ଙ୍କୁ ଏବେ ପୋଲିସ ଅଟକ ରହିଛି |

Leave A Reply

Your email address will not be published.