‘ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ’ ରେଳ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ଘଟିବାକୁ ଯାଉଛି, ଆସିଲା ଆଜ୍ଞାନ୍ତ ଚିଠି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ବାହାନଗା ରେଳ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଥିଲା । ଏହି ଦୁର୍ଘଟଣାକୁ ମାସେ ପୂରିଛି ଆଉ ଏହାରି ଭିତରେ ଏବେ ଏମିତି ଏକ ଚିଠି ରେଳବାଇକୁ ମିଳିଛି ଯାହାକୁ ନେଇ ଚିନ୍ତା ବଢିଛି । ବାସ୍ତବରେ ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ଏକ ଅଜ୍ଞାତ ଚିଠି ମିଳିଛି। ଯେଉଁଥିରେ ଲେଖାଯାଇଛି ଯେ ଆସନ୍ତା ସପ୍ତାହରେ ବାଲେଶ୍ୱର ରେଳ ଦୁର୍ଘଟଣାର ପୁନରାବୃତ୍ତି ଘଟିବ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ ରେଳ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ପୁଣି ହେବ ବୋଲି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) କୁ ଚେତାବନୀ ଦିଆଯାଇଛି। ଏହି ଚିଠିରେ ଲେଖାଯାଇଛି ଯେ ‘ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ’ ରେଳ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ଘଟିବାକୁ ଯାଉଛି ।  ଜୁନ୍ ୩୦, ୨୦୨୩ରେ ଦକ୍ଷିଣ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ସିକନ୍ଦରାବାଦ ଡିଭିଜନର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କୁ ଏହି ଚିଠି ପଠାଯାଇଛି। ଏହି ଚିଠିର ଅଜ୍ଞାତ ପ୍ରେରକ ପରବର୍ତ୍ତୀ ସପ୍ତାହରେ ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ ରେଳ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ନେଇ ଉଲ୍ଲେଖ କରିଛନ୍ତି। ଏନେଇ ଦକ୍ଷିଣ କେନ୍ଦ୍ରୀୟ ରେଳ ଅଧିକାରୀମାନେ ଏହି ଚିଠି ବିଷୟରେ ତେଲେଙ୍ଗାନା ପୁଲିସକୁ ସୂଚନା ଦେଇଛନ୍ତି। ରେଳବାଇ ପକ୍ଷରୁ କୁହାଯାଇଛି ଯେ ଡାକ ମାଧ୍ୟମରେ ଏହି ଚିଠି ମିଳିଛି । ଆଉ ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି ।

ପୁଲିସ ସହ ଗୁଇନ୍ଦା ବିଭାଗକୁ ଏନେଇ ଅବଗତ କରାଯାଇଛି ।  ସୂଚନା ଥାଉ କି ଯେ ଜୁନ୍ ୨ରେ ଓଡିଶାର ବାଲେଶ୍ୱରର ବାହାନଗାରେ ରେଳ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ୨୯୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।

Leave A Reply

Your email address will not be published.