ମୁଁ କୌଣସି ଜୁନିୟର୍‌ ଡାକ୍ତରଙ୍କୁ ଧମକ ଦେଇନାହିଁ; କହିଲେ ମମତା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟାକୁ ବିରୋଧ କରୁଥିବା ଡାକ୍ତରଙ୍କୁ ସେ କେବେ ବି ଧମକ ଦେଇନାହାଁନ୍ତି। ଆନ୍ଦୋଳନକାରୀ ଜୁନିଅର ଡାକ୍ତରମାନଙ୍କୁ ଧମକ ଦେବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ଏବଂ ଡାକ୍ତରଙ୍କ ଆନ୍ଦୋଳନ ଏକ ସ୍ବାଭାବିକ କଥା ବୋଲି ମମତା ପ୍ରକାଶ କରିଛନ୍ତି।

ତେବେ ମମତା କେବେ ହେଲେ ଡାକ୍ତରମାନଙ୍କୁ କୌଣସି ପ୍ରକାରର ଧମକ ଦେଇ ନଥିବା କହିଛନ୍ତି। ଜୁନିୟର ଡାକ୍ତରଙ୍କୁ ଧମକ ଦେବା ଅଭିଯୋଗ ସଂପୂର୍ଣ୍ଣ ମିଛ। ଡାକ୍ତରଙ୍କ ବିକ୍ଷୋଭ ଯଥାର୍ଥ ବୋଲି ମମତା କହିଛନ୍ତି। ବୁଧବାର ଟିଏମସିର ଛାତ୍ର ସଂଗଠନକୁ ସମ୍ବୋଧନ କରିବା ବେଳେ ମମତା ବାନାର୍ଜୀ ରାଜ୍ୟରେ ୨୧ ଦିନ ହେଲା ଆନ୍ଦୋଳନ କରୁଥିବା ଜୁନିୟର ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଛନ୍ତି।

ଏଥିସହ ସେ ଆନ୍ଦୋଳନ କରୁଥିବା ଡାକ୍ତରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଫଆଇଆର ରୁଜୁ କରିବାକୁ ଚାହୁଁଥିବା କହିଥିଲେ। ତେବେ ମମତାଙ୍କ ଏପରି ବୟାନ ପରେ ବିଜେପି ଅଭିଯୋଗ କରିଥିଲା ଯେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଡାକ୍ତରମାନଙ୍କୁ ଏଫଆଇଆରର ଧମକ ଦେଇଛନ୍ତି। ଡାକ୍ତରମାନେ ସୁରକ୍ଷା ମାଗୁଥିବା ବେଳେ ମମତା ସେମାନଙ୍କୁ ଧମକ ଦେଇଥିବା ବିଜେପି ଅଭିଯୋଗ କରିଥିଲା।

Comments are closed.