ଓଡିଆ ନ୍ୟୁଜ୍(ବ୍ୟୁରୋ):ବହୁ ପ୍ରତିକ୍ଷୀତ ବାୟୂସେନାର ଏୟାର ଶୋ ରାଜଧାନୀରେ ଆଜି ହୋଇଛି। ଇଷ୍ଟ ରନ ଏହାର କମାଣ୍ଡ ମୁଖ୍ୟ ଏୟାର ମାର୍ଶଲ ଦିଲୀପ କୁମାର ପଟ୍ଟନାୟକଙ୍କ ଉଦ୍ୟମରେ ସଫଳତାର ସହ ହୋଇଛି ଏହି ସମର କଲା ପ୍ରଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପ୍ରଥମ ଏୟାର ଶୋ ପାଇଁ ଆଜି ଭୁବନେଶ୍ବର ବାଲି ଯାତ୍ରା ପଡ଼ିଆରେ ଜମିଥିଲା ଦର୍ଶକଙ୍କ ଭିଡ। ସକାଳୁ ଦର୍ଶକ ଅପେକ୍ଷା କରି ରହିଥିଲେ ଏୟାର ଶୋ ଝଲକ ଟିକେ ଦେଖିବା ପାଇଁ। ଶେଷରେ ଆସିଲା ସେହି ସ୍ୱର୍ଣୀମ ମୁହୂର୍ତ୍ତ। ରାଜଧାନୀ ଆକାଶରେ ଦେଖା ଦେଲା ୯ ଟି ହକ ବିମାନ। ଆରୋଫର୍ମେଶନରେ ଦର୍ଶକଙ୍କ ମନ ମୋହିଥିଲା ‘ହକ’।

‘ହକ’ ଜେଟ ପ୍ରସ୍ତୁତ କରିଥଲେ ଚିତ୍ତାକର୍ଷକ ସମର କଳା। ବିଭିନ୍ନ ଫର୍ମେଶନ ରେ ସୂର୍ଯ୍ୟ କିରଣ ଏୟାର ଶୋ ଥିଲା ରୋମାଞ୍ଚ ଭରା। 9ଟି ହକ ବିମାନ ପ୍ରଥ ମ ପର୍ଯ୍ୟାୟ ରେ ବିଭିନ୍ନ ସମର କଳା ଦେଖାଇଥିଲେ। ଆ ରୋ , ଡ଼ାଇମଣ୍ଡ ଫର୍ମେସନ୍ଡ ଦେଖାଇଥିଲେ । ସେହିଭଳି ତେଜସ ଫର୍ମେସନ୍ ମଧ୍ୟ ଚମତ୍କାର ଥିଲା। ସେହି ଭଳି ୨ ଟି ବିମାନ ସୁଇସାଇ ଡ଼ାଲ କ୍ରସିଂ, harizontal କ୍ରଶିଂ, vertical କ୍ର ସିଂ ରୋମାଞ୍ଚ କର ଥିଲା। ୨୦ ମିନିଟ ଧରି ମନ୍ତ୍ର ମୁଗ୍ଧ କରିଥିଲା ଏୟାର ଶୋ।
ପ୍ରାୟ ୨୦ମିନିଟର ଏହି ଏୟାର ସୋ ଥିଲା ରୋମାଞ୍ଚ ଭରା। ୪ରୁ ୫ ମିଟର ଦୂରରେ ସମତୁଲ ରକ୍ଷା କରି ଆକାଶରେ ବାୟୁ ବୀର ଦେଖାଇଥିଲେ ଦମଦାର ଡେୟାର ଡେଭିଲ୍ ଶୋ। NCCର ଏୟାର ୱିଙ୍ଗର କ୍ୟାଡେଟ ଅନୁପ୍ରାଣିତ ହୋଇଥିଲେ। ସେହିଭଳି ଯୁବ ବର୍ଗ ଏହି ଶୋଦେଖି ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଅନେକ ପ୍ରେରଣା ଦେଇଥିବା କହିଛନ୍ତି। ପ୍ରଥମ ଥର ଭୁବନେଶ୍ଵର ଏୟାର ଶୋ ଦେଖି ଦର୍ଶକଙ୍କ ମନରେ ଅଫୁରନ୍ତ ଆନନ୍ଦ ଦେଖାଦେଇଥିଲା। ଆଉ ଏହି ସ୍ମୃତିକୁ ସବୁ ଦିନ ମାନେ ରଖିବେ ଦର୍ଶକ। ସଫଳତାର ସହ ଶେଷ ହୋଇଥିବା ଏହି ଏୟାର ଶୋ ରେ ପୋଲିସ୍ ପକ୍ଷରୁ ସବୁ ବନ୍ଦୋ ବସ୍ତ୍ କରାଯାଇଥିଲା।