ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଆଇଏଏସ ଅଫିସର । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା । ଜୟପାଟଣା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲା ବେଳେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ ।
ବ୍ୟବସାୟୀଙ୍କ ବ୍ୟବସାୟକୁ କ୍ଷତି ପହଞ୍ଚାଇବାର ଧମକ ଦେଇ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ସେଥିରୁ ୧୦ ଲକ୍ଷ ଟଙ୍କା ଆଜି ନେଉଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରାପଡିଛନ୍ତି ୨୦୨୧ ବ୍ୟାଚ୍ର ଆଇଏଏସ୍ ବାବୁ । ଧର୍ମଗଡ଼ସ୍ଥିତ ଘରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରି ଉପଜିଲ୍ଲାପାଳ ଧିମନ ଚକମାଙ୍କ ଧରିଛି ।