ତିନି ସପ୍ତାହ ମଧ୍ୟରେ କରୋନା ପ୍ରତିହତ କରାଯାଇ ପାରିବ – ଆଇସିଏମଆର ବୈଜ୍ଞାନିକ

0

ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ ର ସଂକ୍ରମଣ ଓ ମହାମାରୀ ବିଜ୍ଞାନ ବିଭାଗର ମୁଖ୍ୟ ଡ. ରମନ ଗଙ୍ଗାଖେଡ଼କର କହିଛନ୍ତି ଯେ ସରକାରଙ୍କ ର ଲକ୍ ଡାଉନ୍ କଟକଣା ଗୁଡିକୁ କଡାକଡି ଭାବରେ ପାଳନ କରାଗଲେ ଆସନ୍ତା ତିନି ସପ୍ତାହ ମଧ୍ୟରେ କରୋନା ଭୁତାଣୁ ପ୍ରତିହତ କରାଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି l ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ନିୟମ ଲାଗୁ କରିବା ସହ ଦେଶରେ ଲକ୍ ଡାଉନ୍ ଘୋଷଣା କରିଥିଲେ l ଯାହା ଫଳରେ ଲୋକମାନେ ଘରେ ରହିଲେ ଏହି କରୋନା ଭାଇରସ୍ ଠାରୁ ମୁକ୍ତି ପାଇ ପାରିବେ l କିନ୍ତୁ କେତେକ ଲୋକ ଏହାକୁ ଗମ୍ଭୀରତା ସହ ନେଉନାହାନ୍ତି ଏବଂ କେତେକ ସ୍ଥାନରେ କରୋନା ଜନିତ କଟକଣା ଗୁଡିକୁ ମଧ୍ୟ ମାନୁନାହାନ୍ତି ଯେଉଁଥି ପାଇଁ ଦେଶରେ ଧୀରେ ଧୀରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି l କେତେକ ସ୍ଥାନ ରେ ମଧ୍ୟ ସାମାଜିକ ଦୂରତା କୁ ଗୁରୁତର ସହିତ ନନେବlର ଚିତ୍ର ମଧ୍ୟ ଦେଖିବାକୁ ମିଳିଛି l ଆଇ ସି ଏମ୍ ଆର୍ ର ସଂକ୍ରମଣ ରୋଗ ଓ ମହାମାରୀ ବିଜ୍ଞାନ ବିଭାଗର ମୁଖ୍ୟ ଡ. ରମନ ଗଙ୍ଗା ଖେଡକର କହିଛନ୍ତି ଯେ ଯଦି ଚୀନ ର ଉହାନ ସହରରେ ସ୍ଥିତି ନିୟନ୍ତ୍ରଣ କରାଯାଇ ପାରିଲା ତେବେ ମହାରାଷ୍ଟ୍ର ରେ କାହିଁକି ନୁହେ l ଯଦି ଆମେ ଲକ୍ ଡାଉନ୍ କଟକଣା ଗୁଡିକୁ କଡାକଡି ଭାବରେ ପାଳନ କରିବା ସହ ସାମାଜିକ ଦୂରତା ବଜାଇ ରଖିବା ତେବେ ଖୁବ ଶୀଘ୍ର ମହାରାଷ୍ଟ୍ର ରେ କରୋନା ନିୟନ୍ତ୍ରଣ କରିପାରିବା l

Leave A Reply

Your email address will not be published.