ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଆସିଷ୍ଟାଣ୍ଟ ମ୍ୟାନେଜର ମନୋଜ କୁମାର ଲେଙ୍କାଙ୍କ ବାସଭବନରେ ଚାଲିଛି ଚଢାଉ। ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍। ଭୁବନେଶ୍ୱର କୋରଡକଣ୍ଟାରେ ମନୋଜ କୁମାରଙ୍କ ରହିଛି ୩ ମହଲା ଘର। ପୁରୀ ଗ୍ରାଣ୍ଡ ଏସିଆନ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ ଓ ପଟ୍ଟାମୁଣ୍ଡାଇ କେଶପୁରରେ ପୈତୃକ ଘରେ ମଧ୍ୟ ରେଡ୍ କରାଯାଉଛି।
ପଟ୍ଟାମୁଣ୍ଡାଇ ବେଲତଳରେ ଥିବା ୩ ମହଲା ଘର ଓ ଭୁବନେଶ୍ୱର ଝାରପଡ଼ା ନିଳାଦ୍ରୀନଗରରେ ଥିବା ଘର, ଉତ୍ତରା ଛକରେ ଥିବା ମାର୍କେଟ କଂପ୍ଲେକ୍ସ ଓ ଭୁବନେଶ୍ୱର ରୂପାଲି ଛକରେ ଥିବା ଅଫିସରେ ଚାଲିଛି ଚଢାଉ। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ନିର୍ଦ୍ଦେଶରେ ୨ଜଣ DSP, ୧୦ଜଣ ଇନ୍ସପେକ୍ଟର, ୫ଜଣ ASI ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି।