ରାଇରଙ୍ଗପୁର ପ୍ରଧାନ ଡାକଘର କାର୍ଯ୍ୟାଳୟରେ ଧାରଣା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଅଲ ଓଡିଶା ଗ୍ରାମୀଣ ଡାକ ସେବକ ସଂଘ ମୟୂରଭଂଜ ଶାଖା ତରଫରୁ ରାଇରଙ୍ଗପୁର ପ୍ରଧାନ ଡାକଘର କାର୍ଯ୍ୟାଳୟରେ ଧାରଣା ଆଙ୍କର ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ଗତ ୧୨ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛନ୍ତି |

ସେମାନଙ୍କର ଦାବୀଗୁଡିକ ମଧ୍ୟରେ ୧, ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ ଦାବୀ, ୨, ନିୟମିତ କର୍ମଚାରୀଙ୍କ ପରି ୧୨, ୨୪ ଓ ୩୬ ବର୍ଷର ପଦୋନ୍ନତୀ, ୩, ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପେନସନ ପ୍ରଦାନ, ୪, ଗ୍ରାଚ୍ୟୁଟି ୫ ଲକ୍ଷ ଓ ଗ୍ରୁଫ୍ ଇସ୍ୟୁରେନ୍ସ ୫ ଲକ୍ଷ ଦାବୀ, ୫, ୧୮୦ ଦିନ କାର୍ଯ୍ୟଦିବସ ଛୁଟି ଏନକେସମେଣ୍ଟ, ୬, ଟାର୍ଗେଟ୍ ନାମରେ ସେବକମାନଙ୍କୁ ମାନସିକ ନିର୍ଯ୍ୟାତନା ବନ୍ଦ ଦାବୀ ଓ ୭, ସମାନ କାମକୁ ସମାନ ଦରମା ତଥା ଗ୍ରାମୀଣ ଡାକ ସେବକ ଓ ତାଙ୍କ ପରିବାର ବର୍ଗଙ୍କ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ | ଆଜି ରାଇରଙ୍ଗପୁର ପ୍ରଧାନ ଡାକଘର କାର୍ଯ୍ୟାଳୟ ପରିସରରେ ଓଲ ଓଡିଶା ଗ୍ରାମୀଣ ଡାକ ସେବକ ସଂଘ ମୟୂରଭଂଜ ଶାଖା ତରଫରୁ ରାଇରଙ୍ଗପୁର ଡିଭିଜନ ସଂପାଦକ ଅର୍ଜୁନ କୁମାର ମହାନ୍ତଙ୍କ ନେତୃତ୍ବରେ ଧର୍ମଘଟ ଡାକରା ଦିଆଯାଇଛି |

ଯେତେ ଦିନ ପର୍ଯ୍ୟନ୍ତ ଦାବୀ ପୂରଣ ନ ହୋଇଛି, ଧର୍ମଘଟ ସକାଳ ୯ ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂପାଦକ ସୂଚନା ଦେଇଥିଲେ | ସୂଚନାଯୋଗ୍ୟ, ୨୬୮ ଶାଖା ପୋଷ୍ଟ ଅଫିସ କାର୍ଯ୍ୟାଳୟ ଗୁଡିକ ଧର୍ମଘଟରେ ସାମିଲ ରହିଛନ୍ତି | ଏଥିରେ ମୁଖ୍ୟତଃ ଭାବେ ଗ୍ରାମୀଣ ଡାକ କର୍ମଚାରୀ ରସାନନ୍ଦ ମହାନ୍ତ, ସୁଧନ୍ୟ ପରମାଣିକ, ଲୀନା ପାତ୍ର, କଳ୍ପନା ମାର୍ଣ୍ଡି, ଲଳିତ କୁମାର ମହାନ୍ତି, ସ୍ବରାଜ କୁମାର ମହାନ୍ତି, ଲୋହିତ କୁମାର ମହାନ୍ତ, ଅନ୍ତଯାମୀ ବେସ୍ରା, ଡମନ ମୁର୍ମୁ, ଛିତା ହାଁସଦାଃ, ସୁପନ କୁମାର ମହାନ୍ତ, କାହ୍ନୁଚରଣ ମାଝୀ, ଯଶୋଦା ମହାନ୍ତ, ସସ୍ମିତା ନାଏକ, ଦୁଖୁରାମ ମୁର୍ମୁ, ଧରିଧର ମହାନ୍ତ, ସୁନନ୍ଦା ସେଠୀ ଓ ବେଣୁଧର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ କୁ ବଳିଷ୍ଟ କରିଥିଲେ |

Leave A Reply

Your email address will not be published.