ବୟୋଶ୍ରୀ ଯୋଜନାରେ ହିତାଧିକାରୀ ଚିହ୍ନଟ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ହିତାଧିକାରୀ ଚିହ୍ନଟ ଶିବିର ଗୁରୁବାର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହାୟକ ଉପକରଣ ଯୋଜନା(ଏ.ଆଇ.ଡି.ପି.)ରେ ଗରିବ ପରିବାରର ଦିବ୍ୟାଙ୍କମାନଙ୍କ ପାଇଁ ସହାୟକ ଉପକରଣ ଆବଶ୍ୟକକାରୀ ହିତାଧିକାରୀମାନଙ୍କୁ ଚିହ୍ନଟ ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଥିଲା ।

ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ଦାସ ଅତିଥି ଭାବେ ଶିବିର ଉଦଘାଟନ କରିଥିଲେ । ବିଭିନ୍ନ ବିଭାଗରେ ମୋର୍ଟ ୧୬୮ ଜଣ ଆଶାୟୀ ଆବେଦକାରୀ ଶିବିରରେ ପଞ୍ଜିକୃତ ହୋଇଥିଲେ । ସେଥିମଧ୍ୟରୁ ଶାରୀରିକ ସହାୟକ ଉପକରଣ ପାଇଁ ୫୨ଜଣ, ଶ୍ରବଣ ବାଧିତ ସହାୟକ ଉପକରଣ ପାଇଁ ୨୧ ଜଣ, ଦୃଷ୍ଟିଶକ୍ତି ବାଧିତ ସହାୟକ ଉପକରଣ ପାଇଁ ୭ ଜଣ, ମାନସିକ ବିକାର ସହାୟକ ଉପକରଣ ପାଇଁ ୨୦ ଜଣ ଓ ବରିଷ୍ଠ ନାଗରିକ ସହାୟକ ଉପକରଣ ପାଇଁ ୬୮ ଜଣ ଆବେଦନକାରୀ ପଞ୍ଜିକୃତ ହୋଇଥିଲେ ।

ପଞ୍ଜିକୃତ ଆବେଦନକାରୀଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀମାନଙ୍କୁ ଚିହ୍ନଟ ପାଇଁ ବିଭିନ୍ନ ବିଭାଗର ଡାକ୍ତରମାନେ ପରୀକ୍ଷା କରିଥିଲେ । ଯୋଗ୍ୟ ହିତାଧିକାରୀଙ୍କୁ ସହାୟକ ଉପକରଣ ଯୋଗାଇ ଦିଆଯିବ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ସାନ୍ତ୍ୱନା ଦାସ, ସହାୟକ ସୁଧାଂଶୁ ଶେଖର ପାଢୀ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Leave A Reply

Your email address will not be published.