ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବେଆଇନ ଗୋଚାଲାଣ। ବାଲେଶ୍ଵର ଜିଲ୍ଲା ସିମୁଳିଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଗୋରୁ ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାଯାଇଛି ।
ସୂଚନା ଅନୁଯାୟୀ ଆଜି ଭୋର ସମୟରେ ବିଶେଷ ସୂତ୍ରରୁ ଖବର ପାଇ ସିମୁଳିଆ ଥାନାର ଏ.ଏସ.ଆଇ ବିଶ୍ୱଜିତ ସେଠୀ ଓ ଟିମ ଜାମ୍ମୁଝାଡି ଛକ ନିକଟରେ ବେଆଇନ ଭାବେ ଗୋରୁ ଚାଲାଣ ଖରୁଥିବା ଏକ ଗୋରୁ ଗାଡିକୁ ଧରିଥିଲେ ।ବେଆଇନ ଭାବେ ଗୋଚାଲାଣ ହେଉଥିବା ଜାଣିପାରି ସେଥିରେ ଥିବା ୧୬ଟି ଗୋରୁକୁ ଉଦ୍ଧାର କରିଥିଲେ |
ମଇତାପୁରସ୍ଥିତ ଗୋଶାଳାରେ ଥଇଥାନ କରି ଗାଡି ଚାଳକ ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲ୍ଲାର ଗଡେଲପଲେମ ଅଞ୍ଚଳର ପନସାକୟାଲା ମୁରଲୀ ଗିରଫ କରି ୫୧/୨୪ମୂଳେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛିି। ଉଦ୍ଧାର ଗୋରୁୁଗାଡି ଭଦ୍ରକରୁ ପଶ୍ଚିମବଙ୍ଗ ଯାଉ ଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି।