ଆସନ୍ତାକାଲି ଜହ୍ନରେ ନାଁ’ ଲେଖିବ ଭାରତ , ଇସ୍ରୋର ସଫଳତା ଦେଖିବ ସାରା ବିଶ୍ୱ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢୁଛି ଚନ୍ଦ୍ରଯାନ-୩ । ସ୍ୱର୍ଣ୍ଣିମ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଚନ୍ଦ୍ରଯାନ-୩ ଉପରେ ସାରା ବିଶ୍ୱର ନଜର ରହିଛି । ଚନ୍ଦ୍ରରେ ଅବତରଣ କରିବାକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ, ଇସ୍ରୋ ମିଶନ ଚନ୍ଦ୍ରୟାନ ୩ସମ୍ବନ୍ଧରେ ଏକ ଅପଡେଟ ଦେଇଛି । ଏହା ସହିତ ଇସ୍ରୋ ମଧ୍ୟ ଲ୍ୟାଣ୍ଡର ଦ୍ୱାରା ନିଆଯାଇଥିବା ଚନ୍ଦ୍ରର ନୂତନ ଫଟୋ ଜାରି କରିଛି। ଇସ୍ରୋ ମଙ୍ଗଳବାର ଟ୍ୱିଟ୍ ପୋଷ୍ଟ କରିଛି ଯେ ଚନ୍ଦ୍ରୟାନ ନିର୍ଦ୍ଧାରିତ ସମୟରେ ଅଛି। ସ୍ପେସ ଏଜେନ୍ସି କହିଛି ଯେ ସିଷ୍ଟମର ନିୟମିତ ଯାଞ୍ଚ ଚାଲିଛି ଏବଂ କାର୍ୟ୍ୟ ସୁରୁଖୁରୁରେ ଚାଲିଛି। ଏହା ସହିତ ଇସ୍ରୋ ଲ୍ୟାଣ୍ଡର ଦ୍ୱାରା ପ୍ରସ୍ତୁତ ଭିଡିଓ ମଧ୍ୟ ପ୍ରକାଶ କରିଛି। ଇସ୍ରୋ କହିଛି ଯେ ଏଗୁଡ଼ିକ ହେଉଛି ଲ୍ୟାଣ୍ଡର୍‌ ପୋଜିସନ ଡିଟେକସନ କ୍ୟାମେରା ଦ୍ୱାରା ଅଗଷ୍ଟ ୧୯ରେ ପ୍ରାୟ ୭୦ କିଲୋମିଟର ଉଚ୍ଚତାରୁ ଉଠାଯାଇଥିବା ଚନ୍ଦ୍ରର ଫଟୋ।ଏଲପିଡିସି ପ୍ରତିଛବିଗୁଡ଼ିକ ଲ୍ୟାଣ୍ଡର୍‌ ମଡ୍ୟୁଲୁକୁ ଏହାର ସ୍ଥିତି ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ।

ଆସନ୍ତା ୨୩ ତାରିଖ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଏହି ଐତିହାସିକ ମୁହୂର୍ତ୍ତ ଯେତେ ପାଖେଇ ଆସୁଛି, ଏହାକୁ ନେଇ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି। ଚନ୍ଦ୍ରଯାନ-୩ ଭାରତର ଦକ୍ଷିଣ ମେରୁ ନିକଟରେ ପ୍ରୟାଗନ ରୋଭର ସହିତ ବିକ୍ରମ ଲାଣ୍ଡରର ଅବତରଣ କରାଇବାର ଚେଷ୍ଟା କରି ଇତିହାସ ଚରନା କରିବାର ପୂରା ପ୍ରସ୍ତୁତି କରିସାରିଛି। ଏହି ଅବତରଣର ଅନ୍ତିମ ୨୦ ମିନିଟ୍‌ର ରୋମାଞ୍ଚକର କ୍ଷଣକୁ ଆତଙ୍କର ୨୦ ମିନିଟ୍‌ ଭାବେ ବର୍ଣ୍ଣନା କରାଯାଉଛି। ଯାହାକୁ କି ଆପଣ କୌଣସି ଟି-୨୦ ମ୍ୟାଚ୍‌ର ଶେଷ ସହ ତୁଳନା କରିପାରନ୍ତି।
ବିକ୍ରମ ଲ୍ୟାଣ୍ଡର୍ ପ୍ରତି ସେକେଣ୍ଡରେ ୧.୬୮ କିଲୋମିଟର ବେଗରେ ଚନ୍ଦ୍ର ପୃଷ୍ଠ ଆଡକୁ ଆଗେଇବ, ଯାହା ଘଣ୍ଟା ପ୍ରତି ପ୍ରାୟ ୬୦୪୮ କିଲୋମିଟର। ବିମାନର ବେଗର ପ୍ରାୟ ଦଶ ଗୁଣ ହେବ ଏହାର ବେଗ। ବିକ୍ରମ ଲ୍ୟାଣ୍ଡର୍ ତା’ପରେ ଏହାର ସମସ୍ତ ଇଞ୍ଜିନ୍ ଫାୟାରିଙ୍ଗ୍ ସହିତ ମନ୍ଥର ହୋଇଯିବ। ତେବେ ଏହି ଅଭିଯାନ ନିଶ୍ଚୟ ସଫଳ ହେବ ବୋଲି ବୈଜ୍ଞାନିକମାନେ ଦୃଢ଼ ଆଶା ପୋଷଣ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ସବୁ ପ୍ରସ୍ତୁତି କରାଯାଇଥିବା ବେଳେ ଏବେ ତାଦର ଆଭ୍ୟନ୍ତରୀଣ ଯାଞ୍ଚ କରାଯାଉଛି। ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ସନ୍ଧ୍ୟା ପ୍ରାୟ ୬ଟା ୪ରେ ଏହା ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଯଦି ସବୁକିଛି ଠିକ୍ ନ ହୁଏ, ତେବେ ଆସନ୍ତା ୨୭ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.