ଜମ୍ମୁ କାଶ୍ମୀର ଉପରେ ସୁପ୍ରିମକୋର୍ଟଙ୍କ ଗୁରୁ୍ତ୍ବପୂର୍ଣ୍ଣ ରାୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସୋମବାର ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବଡ଼ ରାୟ ଶୁଣାଇଛନ୍ତି। ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି ଘୋଷଣା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ୍, ସଞ୍ଜୀବ ଖାନ୍ନା, ବିଆର୍ ଗଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କ ପାଞ୍ଚ ଜଣିଆ ସମ୍ବିଧାନ ପୀଠ କହିଛନ୍ତି ଯେ ଜମ୍ମୁ କାଶ୍ମୀରରେ ୩୭୦ ଧାର ଲାଗୁ କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ।

ଜମ୍ମୁ କଶ୍ମୀରକୁ ତୁରନ୍ତ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଧାରା ୩୭୦ ଉଚ୍ଛେଦ ଉପରେ ଐତିହାସିକ ରାୟ ଶୁଣାଇବା ସମୟରେ ସୁପ୍ରିମକୋର୍ଟଙଅଖ ୫ ଜଣିଆ ଖଣ୍ଡପୀଠ, କେନ୍ଦ୍ର ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ସେହପରି ୨୦୨୪ ସେପ୍ଟେମ୍ବର ମାସ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ ଜମ୍ମୁ କାଶ୍ମୀରରେ ନିର୍ବାଚନ କରାଇବା ପାଇଁ ପଦକ୍ଷେପ ନେବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜାମ୍ମୁ କାଶ୍ମୀର ରାଜ୍ୟର ବିଭାଜନ ସମେତ, ଜମ୍ମୁ କାଶ୍ମୀର ଏବଂ ଲାଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ କେନ୍ଦ୍ର ସରକାରଙ୍କ ପୁନର୍ଗଠନ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ବିଧି ସମ୍ମତ ବୋଲି କହିଛନ୍ତି । ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି ଯେ, ଏ ନେଇ ସଂସଦ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଅଦାଲତ ଖାରଜ କରିପାରିବେ ନାହିଁ।

ସୂଚନାଯୋଗ୍ୟ ଯେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର କହିଛନ୍ତି ଯେ ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବାର ନିଷ୍ପତ୍ତି ସୁରକ୍ଷା ପରିସ୍ଥିତି ଏବଂ ଅନ୍ୟାନ୍ୟ କାରଣକୁ ଦୃଷ୍ଟିରେ ରଖି ଠିକ୍ ସମୟରେ ନିଆଯିବ। କିନ୍ତୁ ଜାମ୍ମୁ କାଶ୍ମୀରରେ ନିର୍ବାଚନ ହେବାକୁ ନେଇ ନିର୍ବାଚନ ଆୟୋଗ ଅବହେଳା କରୁଥିବା ନେଇ ଅଭିଯୋଗ ହେଉଥିଲା, ତାହା ଉପରେ ରୋକ୍‌ ଲାଗିଛି। କାରଣ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଏବେ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.