ଆଇପିଏଲକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଇମ୍ରାନ ଖାନ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ଆଇପିଏଲରେ ପାକିସ୍ତାନ ନଖେଳିବା ନେଇ ବିସିସିଆଇ ଉପରେ ବର୍ଷିଛନ୍ତି ବିଶ୍ବକପ୍ ବିଜେତା କ୍ୟାପଟେନ୍‌ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌, ସେ କହିଛନ୍ତି ତାଙ୍କ ଦେଶର ଖେଳାଳିଙ୍କୁ ଏହି କଥାର ଚିନ୍ତା କରିବା ଉଚିତ ନୁହେଁ। ଭାରତ ତାଙ୍କୁ ଆଇପିଏଲରେ ଖେଳାଇ ଦେଉନି। ଯେତେବେଳେ ଆଇପିଏଲ ଆରମ୍ଭ ହୋଇଥିଲା, ପାକିସ୍ତାନର ଖେଳାଳି ମଧ୍ୟ ଏହି ଲିଗ୍‌ରେ ଖେଳୁଥିବାର ଦେଖାଯାଇଥିଲେ। କିନ୍ତୁ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିସିସିଆଇ ପାକିସ୍ତାନ ଖେଳାଳିଙ୍କୁ ଆଇପିଏଲରୁ ବାହାର କରିଦେଇଥିଲା। ୨୦୦୮ ପରେ ପାକିସ୍ତାନ ଖେଳାଳି ଆଇପିଏଲର ଅଂଶ ହୋଇପାରିନି। ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଇମ୍ରାନ୍ ଖାନ୍ ‘ଟାଇମ୍ସ ରେଡିଓ’ ସହିତ ଦେଇଥିବା ଇଣ୍ଟରଭ୍ୟୁରେ ନିଜର କଥା କହିଥିଲେ। ସେ ନିଜର କଥା ଏହି ପ୍ରସଙ୍ଗ ଉପରେ ରଖି କହିଛନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଭାରତୀୟ କ୍ରିକେଟ୍ ବୋର୍ଡ ପାକିସ୍ତାନୀ ଖେଳାଳିଙ୍କୁ ନିଜର ଅହଂକାରର ଗନ୍ଧ ରହିଛି।

‘ ଇମ୍ରାନ୍ ଖାନ୍ ନିଜର କଥା ଆଗକୁ ରଖି କହିଛନ୍ତି, ଯଦି ବିସିସିଆଇ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରେ ଖେଳିବାର ଅନୁମତି ଦେଇନଥାଏ ତେବେ କୌଣସି କଥା ନାହିଁ। ଏହାଛଡା ଇମ୍ରାନ ଆହୁରି କହିଛନ୍ତି, ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ଅହଂକାରୀ ହୋଇଯାଇଛି, କାରଣ ବହୁତ ଫଣ୍ଡ ତାଙ୍କୁ ମିଳୁଛି।

ଏହା ଦୁର୍ଭାଗୃପୂର୍ଣ୍ଣ ଅଟେ, ପାକିସ୍ତାନ ଓ ଭାରତ ଭିତରେ ସମ୍ପର୍କ। ଭାରତ ଏବେ ଯେଉଁ ଭଳି କ୍ରିକେଟ ଦୁନିଆରେ ଏକ ମହାଶକ୍ତି ରୂପରେ ସାମନାକୁ ବସିଛି, ସେଥିପାଇଁ ତା ଭିତରେ ବହୁତ ଅଂହକାର ଆସିଯାଇଛି। ବହୁତ ଅଧିକ ଧନ ମିଳିବା କାରଣରୁ ବିସିସିଆଇ ଅହଂକାରୀ ଭଳି ବ୍ୟବହାର କରୁଛି ବୋଲି କହିଛନ୍ତି ।

Leave A Reply

Your email address will not be published.