ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ରେ ଭେଟିଲେ ଭଉଣୀ ଉଜମା

0

ଓଡ଼ିଆ ନ୍ୟୁଜ୍: ଇମ୍ରାନ୍‌ ଖାନ୍‌ଙ୍କୁ ଜେଲ୍‌ରେ ଭେଟିଲେ ଭଉଣୀ ଉଜମା। ରାୱଲପିଣ୍ଡିର ଆଦିଆଲା ଜେଲ୍‌ରେ ଭେଟିଲେ ଉଜମା।ଜେଲ୍‌ରେ ଭେଟିବା ପରେ ଇମ୍ରାନ୍ ସୁସ୍ଥ ଥିବା ସୂଚନା ଦେଲେ।ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୁସ୍ଥ ଥିବା କହିଲେ।ତେବେ ଇମ୍ରାନଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଭଉଣୀଙ୍କ ଅଭିଯୋଗ।

ମଙ୍ଗଳବାର ଦିନ ପାକିସ୍ତାନ ଜେଲରେ ଇମ୍ରାନ ଖାନଙ୍କୁ ଭେଟିଥିବା ତାଙ୍କ ଭଉଣୀ ଉଜମା ଖାନମ କହିଛନ୍ତି ଯେ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ସେ ବହୁତ ରାଗିଛନ୍ତି। ଇମ୍ରାନ ଏବଂ ତାଙ୍କ ଭଉଣୀଙ୍କ ମଧ୍ୟରେ ସାକ୍ଷାତ ପ୍ରାୟ ୨୦ ମିନିଟ୍ ଧରି ଚାଲିଥିଲା । ତେବେ ଜେଲରୁ ବାହାରକୁ ଆସିବା ପରେ ଉଜମା କହିଛନ୍ତି ଯେ ଇମ୍ରାନ ଜୀବିତ ଥିଲେ ବି ତାଙ୍କ ଅବସ୍ଥା ଠିକ ନାହିଁ ଓ ତାଙ୍କୁ ଜେଲରେ ନିର୍ଯ୍ୟାତନା ଦିଆଯାଉଛି ।

ସୂଚନାଯୋଗ୍ୟ ଇମ୍ରାନ ଖାନ ବର୍ତ୍ତମାନ ରାୱଲପିଣ୍ଡିର ଆଡ଼ିଆଲା ଜେଲରେ ବନ୍ଦୀ ଅଛନ୍ତି। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅନେକ ଗୁଜବ ଚାଲିଥିଲା। ଏହାପରେ ଇମ୍ରାନ ଖାନଙ୍କ ପରିବାର ଏବଂ ଦଳୀୟ ନେତାମାନେ ଦାବି କରିଥିଲେ ଯେ ପାକିସ୍ତାନ ସରକାର ସେମାନଙ୍କୁ ଇମ୍ରାନ ଖାନଙ୍କୁ ଭେଟିବାକୁ ଦେଉନାହାଁନ୍ତି। ପରେ ସବୁଆଡ଼ୁ ଚାପ ସୃଷ୍ଟି ହେବା ପରେ ପାକିସ୍ତାନ ସରକାର ଇମ୍ରାନଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇଥିଲେ ।

Leave A Reply

Your email address will not be published.