ପାକିସ୍ତାନ ସରକାରଙ୍କୁ ଇମ୍ରାନଙ୍କ କଠୋର ସମାଲୋଚନା, ଭାରତ ସ୍ବାଧୀନ କିନ୍ତୁ ଆମେ ଚାକର

0

ନୂଆଦିଲ୍ଲୀ (ଓଡ଼ିଆ ନ୍ୟୁଜ୍‌): ପାକିସ୍ତାନ ସରକାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କଠୋରସମାଲୋଚନା । ଭାରତ ସ୍ବାଧୀନ କିନ୍ତୁ ଆମେ ଚାକର କହି ଏବେ ଅଡ଼ୁଆରେ ଇମ୍ରାନ୍ ।ସେ କହିଛନ୍ତି ଯେ ଭାରତ ରୁଷଠାରୁ ଶସ୍ତାର ତେଲ କିଣି ପେଟ୍ରୋଲ, ଡିଜେଲ ଦର କମାଇଦେଲା, କିନ୍ତୁ ଆମେରିକାର ଚାକରମାନେ ତେଲ ଦର ବଢାଇଦେଇଛନ୍ତି।ଏହା ପ୍ରମାଣିତ କରୁଛି ଯେ ଭାରତ ହେଉଛି ସ୍ବାଧୀନ, କିନ୍ତୁ ଆମେ (ପାକିସ୍ତାନି)ମାନେ ହେଉଛୁ ଚାକର । ସେଇକାବାଦଠାରେ ନିଜ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର କର୍ମୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି ।

ଏକ ମୁକ୍ତ ବୈଦେଶିକ ନୀତି ଗ୍ରହଣ କରିଥିବାରୁ ସେ ଭାରତକୁ ପ୍ରସଂଶା କରିଛନ୍ତି ଓ କହିଛନ୍ତି ଯେ, ଆମେରିକାର କଟକଣା ଧମକ ସତ୍ତ୍ବେ ଭାରତ ରୁଷରୁ ଶସ୍ତା ଦରରେ ତେଲ ମଗାଇପାରୁଛି। ଆମ ଦେଶ ମଧ୍ୟ ରୁଷରୁ ୩୦ ପ୍ରତିଶତ ରିହାତିରେ ତେଲ ମଗାଇବାକୁ ଚୁକ୍ତି କରିଥିଲା, କିନ୍ତୁ ଏକ ଷଡ଼ଯନ୍ତ୍ର କ୍ରମେ ଆମେ ଦେଶ ସେଥିରୁ ଓହରି ଯାଇଥିଲା । ପାକିସ୍ତାନ ପ୍ରଗତି ହାସଲ କରିବାକୁ ହେଲେ ମୁକ୍ତ ବୈଦେଶିକ ନୀତି ଗ୍ରହଣ କରିବାକୁ ହେବ ବୋଲି ଇମ୍ରାନ କହିଛନ୍ତି ।

Leave A Reply

Your email address will not be published.