ଦାଣ୍ଡବୋଷରେ ଗୁରୁ ପୂଜନ ଉତ୍ସବ ମହାସମାରୋହରେ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦାଣ୍ଡବୋଷରେ ଗୁରୁ ପୂଜନ ଉତ୍ସବ ମହାସମାରୋହରେ ପାଳିତ | ପ୍ରତିବର୍ଷ ପରି ଏ ବର୍ଷ ବାମନଘାଟୀ ଉପଖଣ୍ଡ ବହଳଦା ବ୍ଲକ ଦାଣ୍ଡବୋଷ ଗ୍ରାମରେ ଥିବା ଅଲଚିକି ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁ ପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି |

ଉକ୍ତ ଦିନ ତାଙ୍କ ଜନ୍ମସ୍ଥଳୀରେ ଥିବା ଫଟୋ ଓ ଦେହ ତ୍ୟାଗ ସ୍ଥାନକୁ ଯାଇ ଓଡିଶା, ବିହାର, ଝାଡଖଣ୍ଡ , ପଶ୍ଚିମବଙ୍ଗ ତଥା ବିଦେଶରୁ ଆଦିବାସୀ ସଂପ୍ରଦାୟ ଲୋକେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ | ଏହାପରେ ସେମାନେ ପଣ୍ଡିତଜୀଙ୍କ ସମାଧିକ୍ଷେତ୍ରକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପ୍ରସାଦ ସମର୍ପଣ କରିଥିଲେ | ସେଠାରେ ଆଦିବାସୀଲୋକେ ପ୍ରାର୍ଥନା କରି ଗୁରୁକୃପା ଲାଭ କରିଥିଲେ | ସେଠାରେ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା |ଉଲ୍ଲେଖଯୋଗ୍ୟ, ଏଠାରେ ପୂଜାର୍ଚ୍ଚନା କଲେ ଲୋକମାନଙ୍କର ମନୋକାମନା ପୂର୍ଣ୍ଣ ହୋଇଥାଏ |

ପଣ୍ଡିତ ରଘୁନାଥ ମୁର୍ମୁ ଆଦିବାସୀ ସମାଜରେ ଦେବ ଓ ଗୁରୁ ତୁଲ୍ୟ ମଣିଷ ଭାବେ ପୂଜନୀୟ ଥିଲେ | ଆଜିର ପାବନ ଦିନରେ ତାଙ୍କର କୃତିତ୍ବ ଭାବେ ଅଲଚିକି ଲିପିକୁ ପ୍ରାଥମିକସ୍ତର ରୁ ଆରମ୍ଭ କରି ମହାବିଦ୍ୟାଳୟ ସ୍ତରରେ ପାଠପଢା ହେବା ପାଇଁ ତାଙ୍କ ପରିବାର ଲୋକେ ଜୋର ଦେଇଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ତାଙ୍କର ନାତି ଚୁନେନ ରଘୁନ ମୁର୍ମୁ , ଭୀମୱାର ମୁର୍ମୁ , ସମ୍ପକୀୟ ଲୋକେ ତଥା ଦୂରଦୁରାନ୍ତର ରୁ ଆଦିବାସୀ ସମ୍ପ୍ରଦାୟ ଲୋକେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିଲେ |

Leave A Reply

Your email address will not be published.