କରଞ୍ଜିଆରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଗ୍ରାମବାସୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସାଧାରଣ ନିର୍ବାଚନ ପରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେଵ ସିନ୍ଦେ ଓ ମୟୂରଭଞ୍ଜ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ ଉପସ୍ଥିତ ରହି ପ୍ରଥମ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗର ଶୁଣାଣୀ କରିଥିଲେ। ସାଧାରଣ ନିର୍ବାଚନ ପାଇଁ ଫେବୃଆରୀ ମାସ ପରେ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇନଥିଲା।

ଏହି ଜନ ଅଭିଯୋଗ ଶୁଣାଣୀ ସମୟରେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ,ପାଞ୍ଚପୀଢ଼ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ, କରଞ୍ଜିଆ ସମନ୍ୱିତ ଆଦିବାସୀ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ,ପାଞ୍ଚପୀଢ଼ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଅତିରିକ୍ତ ଉପଜିଲ୍ଲାପାଳ ପ୍ରକାଶ ଦାଶ, କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର,ଉପଖଣ୍ଡ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ନୋଡାଲ ଅଧିକାରୀ ବେଦବ୍ୟାସ ଭୋଇ ତଥା ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ରଶ୍ମୀତା ଜେନା,କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ, ସମସ୍ତ ୫ ଟି ବ୍ଲକ ବିଡ଼ିଓ, ତହସିଲଦାର,କରଞ୍ଜିଆ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ଃ ଅନିତା ସିଂ, କୃଷି ଜିଲ୍ଲା ଅଧିକାରୀ ରାମଚନ୍ଦ୍ର ନାୟକ, ବିଦ୍ୟୁତ ବିଭାଗ ଏସଡିଓ ସୈ|ରା°ଶୁ ପରିଡ଼ା ତଥା ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ତେବେ ଗ୍ରାମବାସୀଙ୍କ ଅଭିଯୋଗ ପରେ ଜିଲ୍ଲାପାଳ କଣ ପଦକ୍ଷେପ ନଉଛନ୍ତି ତାହା ଦେଖିବାକୁ ବାକିରହିଲା |

Leave A Reply

Your email address will not be published.