ଓଡ଼ିଶାରେ ଭାରତ ଯୋଡ଼ କାର୍ଯ୍ୟକ୍ରମକୁ ମିଳୁଛି ସମର୍ଥନ, ଯୋଡି ହେଉଛନ୍ତି ଯୁବପିଢୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତ ଯୋଡ଼ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ସହ ଲକ୍ଷ ଲକ୍ଷ ଲୋକ ଯୋଡି ହେଉଛନ୍ତି।୩୧ ତାରିଖ ସୁଦ୍ଧା ରାହୁଲ ୧ ହଜାରେ ୩୦୦ କିଲୋମିଟର ଚାଲିସାରିଲେଣି। ରାଜ୍ୟରେ ମଧ୍ୟ ଭାରତ ଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆଜି କଟକ ଜିଲ୍ଲାର ଲକ୍ଷେଶ୍ୱର ମନ୍ଦିର ପାଖରୁ ଭାରତ ଯୋଡ଼ କାଜ୍ୟକ୍ରମ ଆରମ୍ଭ ହୋଇଥିଲା।

ଯେଉଁଥିରେ ୧ ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ମହିଳା ଯୋଡି ହୋଇଛନ୍ତି। ଏହି ଯାତ୍ରା ଯେତେବେଳେ ୨ ହଜାର ୨୦୦  କିଲୋମିଟର ଅତିକ୍ରମ କରିବ ସେତେବେଳେ ଲକ୍ଷ ଲକ୍ଷ ଲୋକେ ଯାତ୍ରାରେ ସାମିଲ ହୋଇସାରିଥିବେ। କାରଣ ଓ଼ଡିଶାରେ ବେକାରୀ ସମସ୍ୟା, ଭାଷ୍ଟାଚାର, ଦୁର୍ନୀତି ବଢ଼ିବରେ ଲାଗିଛି ତେଣୁ  ଆମ ସହ ସମସ୍ତେ ଯୋଡି ହେବେ ବୋଲି ପିସିସି ସଭାପତି କହିଛନ୍ତି।

ଏହା ସହ ପିସିସି ସଭାପତି କହିଛନ୍ତି  ଧାମନଗର ଉପନିର୍ବାଚନରେ କଂଗ୍ରେସ ଭଲ ପାର୍ଥି ଦେଇଛି।  କିନ୍ତୁ ବିଜେଡି ଏସଓଜି ମହିଳା, ସରପଞ୍ଚଙ୍କ ସ୍ୱାମୀ ଏବଂ ପୋଲିସ ସହାୟତାରେ ସାଧାରଣ ଲୋକମାନଙ୍କୁ ଟଙ୍କା ବାଣ୍ଟିବା ଚିତ୍ର ସମସ୍ତେ ଦେଖି ସାରିଛନ୍ତି। ଯଦି ଜନତା ବିଚାର କରି  ଜଣେ ଭଲ ପାର୍ଥିକୁ ଭୋଟ ଦେଇଥିବେ ତେବେ କଂଗ୍ରେସ ପାର୍ଥି ସୁନିଶ୍ଚିତ ବିଜୟ ଲାଭ କରିବେ। ବିଜେଡି ମଧ୍ୟ ଏଥର ସହଜରେ ଉପନିର୍ବାଚନ ଲଢ଼ି ପାରିନି। ମୁଖ୍ୟମନ୍ତ୍ରୀ ଧଳା କୁର୍ତାରେ ସମ୍ପୂର୍ଣ କଳାଛିଟା ଲାଗିସାରିଛି। ସେଥିପାଇଁ ଧାମନଗର ଉପନିର୍ବାଚନରେ ବିଜେଡି ଟଙ୍କା ବାଣ୍ଟୁଛି।

 ଛାତ୍ରକଂଗ୍ରେସ କର୍ମୀଙ୍କ ଉପରେ ପୋଲିସ ହତ୍ୟା ଉଦ୍ୟମ ଦଫା ଲଗାଇଥିବା ପ୍ରସଙ୍ଗରେ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା। ସେ କହିଛନ୍ତି ସରକାର ଛାତ୍ରମାନଙ୍କର ସ୍ୱର ଚାପିବା ପାଇଁ ଏଭଳି ପ୍ରୟାସ କରିଛନ୍ତି।ସରକାର ଛାତ୍ର ସାଂସଦ ନିର୍ବାଚନ କରାଇଦେଉନାହାନ୍ତି।  ଅନ୍ୟାୟ ଅତ୍ୟାଚାର ବଢୁଛି ସ୍ୱାଭାବିକ ଭାବରେ ଛାତ୍ରମାନେ ଆନ୍ଦୋଳନ କରିବେ। ଛାତ୍ର କଂଗ୍ରେସ ମଧ୍ୟ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରୁଥିଲା।  ପୋଲିସ ସରକାରଙ୍କ ଚାପରେ ଏକ ପାଖିଆ ଏଭଳି ବେଆଇନ କାଯ୍ୟ କରିଛି।  କଂଗ୍ରେସ ଦଳ ମଧ୍ୟ ଚୁପ ହୋଇ ରହିବ ନାହିଁ ପରବର୍ତ୍ତି ସମୟରେ ଦଳ ତରଫରୁ ନିଶ୍ଚିନ୍ତ ଏହାର ଜବାବ ଦିଆଯିବ।

Leave A Reply

Your email address will not be published.