ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ବିଜେପିରେ ଦିଖିବାକୁ ମିଳିଛି ହୀନ ରାଜନୀତି | ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳରେ କର୍ମୀ ମାନେ ଖୁଲମ ଖୁଲା ପ୍ରଚାର କରୁଥିବା ବେଳେ ବିଜେପି ଚାରିକାନ୍ଥ ଭିତରେ ଲୁଚିକି ପ୍ରଚାର କରୁଛି |
ବିଭିନ୍ନ ସମୟରେ ଜିଲ୍ଲାରେ ବିଜେପି କର୍ମୀ ମାନେ ସମାଲୋଚନା ହେଉଥିବା ବେଳେ ଏବେ ଔଷଧ ବିକଳରେ ତାଟିଆ କାମୁଡିବା ପରିସ୍ଥିତି ଉପୁଜିଛି | ସାଧାରଣ ଭୋଟର ଙ୍କ କହିବା କଥା ବିଜେପି ଲୋକସଭା ପାର୍ଥି କେବଳ ନିର୍ବାଚନ ସମୟରେ କେନ୍ଦ୍ରାପଡ଼ା ଆସିଥାନ୍ତି, ଆଉରି ମଧ୍ୟ ତଳେ ନରହି ଆକାଶରେ ଉଡି ପୁସୀଙ୍କ କାର୍ଡ ପକାଇ ପ୍ରଚାର ପ୍ରସାର କରିଥାନ୍ତି |
ଯଦି ଜଣେ ଲୋକସଭା ପାର୍ଥି ନିର୍ବାଚନ ସମୟରେ ଲୋକଙ୍କ ପାଖରେ ପହଂଚି ପାରୁନାହାନ୍ତି ତେବେ ଲୋକସଭା କୁ ଗଲେ କଣବା ଲୋକଙ୍କ ସମସ୍ୟା ବୁଝିବେ | ଦଶ ବର୍ଷ ଧରି କେନ୍ଦ୍ରାପଡ଼ା ରେ MP ଥିଲେ ବୈଜୟନ୍ତ ପଣ୍ଡା କିନ୍ତୁ ବିକାଶ କହିଲେ କେଇଟା ପାଣି ଟାଙ୍କି | ତେଣୁ ଏହିଥିରୁ ଜାଣିପାରୁଥିବେ ବୈଜୟନ୍ତ ପଣ୍ଡା ଙ୍କୁ କେନ୍ଦ୍ରାପଡ଼ା ବାସୀ କେତେ ଗ୍ରହଣ କରିବେ |