ରାଇରଙ୍ଗପୁରରେ ମା ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ପାଳିତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ରାଇରଙ୍ଗପୁରରେ ମା ଗଜଲକ୍ଷ୍ମୀ ପୂଜା ମହାଆଡମ୍ବରରେ ପାଳିତ | ପ୍ରତିବର୍ଷ ଭଳି ରାଇରଙ୍ଗପୁର ସହରରେ ମହାଆଡମ୍ବରରେ ମା ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି | ବିଶେଷକରି କୁଚେଇବୁଢୀ ମା ଲକ୍ଷ୍ମୀପୂଜା କମିଟୀ , କ୍ରାନ୍ତିନଗର ମା ଲକ୍ଷ୍ମୀପୂଜା କମିଟୀ ଓ ମହୁଲଡିହାଁ ମା ଲକ୍ଷ୍ମୀପୂଜା କମିଟୀ ଦ୍ବାରା ମା ଗଜଲକ୍ଷ୍ମୀ ପୂଜା ଅତିଆକର୍ଷଣୀୟ ହୋଇଥିଲା |

ଗତ ୨୮ ତାରିଖ ଦିନ କୁମାରପୂର୍ଣ୍ଣିମା ଦିନ ସକାଳ ୭ଟା ୩୦ ମିନିଟରେ ଘଟ ତୋଳନ , ୯ଟା ୩୦ମିରେ ସୂର୍ଯ୍ୟପୂଜା, ୧୧ଟା ରେ ପୂଜାରମ୍ଭ, ଅଗ୍ନସ୍ଥାପନ, ମଣ୍ଡଳପୂଜନ, ମାଙ୍କର ଉପଚାର ପୂଜା ଓ ରାଜ ରାଜେଶ୍ବରୀ ବେଶରେ ଦର୍ଶନ, ୨୯ ତାରିଖ ମଧ୍ୟ ମାଙ୍କର ପୂର୍ବବତ୍ ପୂଜା ସମାପନ, ୩୦ ତାରିଖ ମଧ୍ୟ ମାଙ୍କର ପୂଜାର୍ଚ୍ଚନା ଓ ରାଜରାଜେଶ୍ବରୀ ବେଶରେ ଦର୍ଶନ ଓ ପୂର୍ଣାହୁତି କାର୍ଯ୍ୟ ହୋଇଥିଲା | କୁଚେଇବୁଢୀ ମା ଲକ୍ଷ୍ମୀ ପୂଜା କମିଟୀରେ ମନ୍ଦିର ପୂଜକ ଶ୍ରୀନିବାସ ପତି (ଟିକି ନନା) ,ପୂର୍ବତନ ସଭାପତି ଜୟରାମ ଦାସ, କର୍ତ୍ତାକର୍ତ୍ତୀ ସଂଜୟ ସାହୁ, ରୀତାଞ୍ଜଳି ସାହୁ ତଥା କମିଟୀ ର ଅନ୍ୟାନ୍ୟ ସଦସ୍ୟଗଣଙ୍କ ବିଶେଷ ସହଯୋଗ, କ୍ରାନ୍ତିନଗରସ୍ତ ମା ଲକ୍ଷ୍ମୀପୂଜା କମିଟୀରେ ପୂଜକ ଦେବବ୍ରତ ରଥ ମହାପାତ୍ର ଙ୍କ ସହିତ କମିଟୀର ସଦସ୍ୟଗଣ ସାହାର୍ଯ୍ୟ ତଥା ମହୁଲଡିହାଁ ମା ଲକ୍ଷ୍ମୀପୂଜା କମିଟୀରେ ପୂଜକ ପ୍ରସନ୍ନ କୁମାର ଷଡଙ୍ଗୀଙ୍କ ସହ କମିଟୀର ସଦସ୍ୟବୃନ୍ଦ ପୂଜାକର୍ମକାଣ୍ଡ ରେ ବିଶେଷ ସହଯୋଗ କରିଥିଲେ |

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା ଗଜଲକ୍ଷ୍ମୀ ମହୁଲଡିହାଁ କମିଟୀ ତରଫରୁ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କମିଟୀ ତରଫରୁ ପରିବେଷଣ କରାଯାଇଥିଲା | ଏହା ସହ ରାଇରଙ୍ଗପୁର ସହରର ଅନ୍ୟାନ୍ୟ ସ୍ଥାନରେ ବେଶ ଉତ୍ସାହ ସହକାରେ ମା ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି | ଏହି ହେତୁ ଭକ୍ତମାନଙ୍କର ଭିଡ ମା ଲକ୍ଷ୍ମୀଙ୍କର ପୂଜାମଣ୍ଡପ ରେ ପ୍ରବଳ ମାତ୍ରାରେ ଦେଖାଯାଇଥିଲା | ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡାଙ୍କ ରିପୋର୍ଟ

Leave A Reply

Your email address will not be published.