ଦ୍ଵିତୀୟ ପର୍ଯ୍ୟାୟରେ ପ୍ରିଜାଡିଙ୍ଗ ଓ ପୋଲିଂ ଅଧିକାରୀଙ୍କ ୪ ଦିନିଆ ତାଲିମ୍ ଶିବିର ଉଦଯାପିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ଵିତୀୟ ପର୍ଯ୍ୟାୟରେ ପ୍ରିଜାଡିଙ୍ଗ ଓ ପୋଲିଂ ଅଧିକାରୀଙ୍କ ୪ ଦିନିଆ ତାଲିମ୍ ଶିବିର ଉଦଯାପିତ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପୋଲିଂ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କର ୪ ଦିନିଆ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ମେ ୧୭ ରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଯାଇଛି ।

ଲୋକସଭା ଓ ବିଧାନସଭା ନିର୍ବାଚନ ମତଦାନ ପ୍ରକ୍ରିୟାକୁ ସରଳ ଓ ତୃଟି ଶୂନ୍ୟ କରିବାକୁ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଦେବଗଡ଼ ମହାବିଦ୍ୟାଳୟ ର ୮ ଟି ହଲ୍ ରେ ଏହା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କ ତତ୍ବାବଧାନରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା ତାଲିମ୍  ଦେଇଥିଲେ |

ଉପଜିଲ୍ଲାପାଳ ତଥା ରିଟନିଙ୍ଗ ଅଫିସର ପରକ୍ଷିତ ସାହୁ, ତ‌‌ହସିଲଦାର କର୍ଣ୍ଣ ମଲ୍ଲିକ, ଡେପୁଟି କଲେକ୍ଟର ଇଲେକ୍ସନ ଏଜେଲିନ୍ ବାରା, ଡେପୁଟି କଲେକ୍ଟର ଅଞ୍ଜୁନୀ କୁଜୁର, ମମତାଜ ମହାରଣା, ସହକାରୀ ଜିଲ୍ଲାପାଳ, ତାପସ କୁମାର ମହାନ୍ତ ପ୍ରମୁଖ ତାଲିମ୍ ପ୍ରଦାନ କରିଥିଲେ । ଏଥିରେ ସମୁଦାୟ ୨୨୫୬ ଜଣଙ୍କୁ ତାଲିମ୍ ପ୍ରଦାନ କରାଯାଉଥିବା ବେଳେ ପ୍ରିଜାଡିଙ୍ଗ ଅଧିକାରୀ ୩୭୬ ଜଣ, ପ୍ରଥମ ପୋଲିଂ ଅଧିକାରୀ ୩୭୬, ଦ୍ଵିତୀୟ ପୋଲିଂ ଅଧିକାରୀ ୩୭୬, ତୃତୀୟ ପୋଲିଂ ଅଧିକାରୀ ୩୭୬, ଚତୁର୍ଥ ପୋଲିଂ ଅଧିକାରୀ ୩୭୬ ଓ ପଞ୍ଚମ ପୋଲିଂ ଅଧିକାରୀ ୩୭୬ ଜଣ ଅଂଶଗ୍ରହଣ କରିଥିଲେ ‌ ।

Leave A Reply

Your email address will not be published.