ଦୁଇଦିନ ଭିତରେ ଓଡ଼ିଶା ଆସିବ ଆଳୁ ଗାଡ଼ି; ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାର୍କେଟରୁ ଆଳୁ ଗାଏବ। ଆଉ ମିଳୁନି ବଜାରରେ ଆଳୁ। ଆଳୁ ବିକ୍ରି କରୁଥିବା ଅଧିକାଂଶ ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରିଦେଇଥିବାବେଳେ ବଜାରରେ ଆଉ ଆଳୁ ମିଳୁନାହିଁ। ଭୁବନେଶ୍ୱର ୧ ନମ୍ବର ହାଟରେ ଆଳୁ ଦରର ରିଏଲିଟି ଚେକ କରାଯାଇଛି। ପଶ୍ଚିମବଙ୍ଗର ଲକ୍ଷ୍ମଣନାଥ ଟୋଲ ଗେଟରେ ଅଟକି ରହିଥିବା  ଟ୍ରକ ଭୁବନେଶ୍ୱର ବଜାରରେ ପହଞ୍ଚିଛି। କିନ୍ତୁ ଆଳୁ ଦରରେ ଆଖି ଦୃଶିଆ ପରିବର୍ତ୍ତନ ଦେଖାଯାଇନି। ବରଂ ଚଢା ଥରରେ ବିକ୍ରି ହେଉଛି ଆଳୁ।

ଆଳୁ ବ୍ୟବସାୟୀ କେତେ ଟଙ୍କାରେ ଆଳୁ ବିକ୍ରି କରୁଛନ୍ତି ତାହାର ରିଏଲିଟି ଚେକ କରିଛି  ଆମ କ୍ୟାମେରା ଟିମ। ଆଳୁ ବ୍ୟବସାୟୀ ଆଳୁ କିଲୋ ପିଛା ବିକ୍ରି କରୁଛନ୍ତି ୪୫ ଟଙ୍କାରେ। କିନ୍ତୁ ବୋର୍ଡରେ ଲେଖିଛନ୍ତି ଆଳୁ କିଲୋ ୩୫ ଟଙ୍କା । ଆଉ କିଏ କିଏ ୪୫ ଟଙ୍କା ଲେଖି ମଧ୍ୟ ବିକ୍ରି କରୁଛନ୍ତି। ୨୧ରୁ ୨୪ ତାରିଖ ଯାଏଁ ସେଠାରେ ଆନ୍ଦୋଳନ ଚାଲି ଥିଲା। ଏବେ ପ୍ରତିବାଦ ବନ୍ଦ ହୋଇଛି। ଆସନ୍ତା ଦିନେ ଦୁଇଦିନ ଭିତରେ ଆଳୁ ଗାଡ଼ି ଓଡ଼ିଶା ଆସିବ। ସୂଚନା ଅନୁସାରେ ଯେଉଁ କିଛି ସ୍ଥାନରେ ବ୍ୟବସାୟୀ ଆଳୁ ରଖିଛନ୍ତି, ସେମାନେ ଚଢ଼ା ଦରରେ କିଣି ୩୨ଟଙ୍କାରେ କେମିତି ବିକ୍ରି କରିବେ ବୋଲି ଭାବି ଦୋକାନ ବନ୍ଦ କରି ଦେଇଛନ୍ତି।

ଫଳରେ ଆଳୁ ବଜାରରୁ ଉଭାନ୍ ହୋଇ ଗଲାଣି। ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବାରୁ ବଜାରରେ ଆଳୁ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ତେବେ ଏନେଇ ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । ଏହି ସମୟରେ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆସନ୍ତା ଦିନେ ଦୁଇ ଦିନ ଭିତରେ ଆଳୁକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ। ପଶ୍ଚିମବଙ୍ଗ ଅଧିକାରୀଙ୍କ ସହ ଆମେ ଆଲୋଚନା କରିଛୁ।

Leave A Reply

Your email address will not be published.