ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୟ ଓଡ଼ିଶା ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ରର ଶୁଭାରମ୍ଭ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି, ଓଡ଼ିଶା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ “ଜୟ ଓଡ଼ିଶା” ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ର ର ପ୍ରଚଳନ ର ଶୁଭାରମ୍ଭ କରାଯାଇଛି। ଏହା ଆଜି ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ବେଳେ, ଓଡ଼ିଶା ମୋ ପରିବାର ର ଆବାହକ ଅରୁପ ପଟ୍ଟନାୟକ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସସେଲର ଶ୍ରୀମତୀ ଅପରାଜିତା ଚୌଧୁରୀ ଏହାର ଉନ୍ମୋଚନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ରମାଦେବୀର ପିଜି କାଉନସିଲ ଚେୟରମ୍ୟାନ ଚଣ୍ଡୀ ରଥ, ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ଜେନେରାଲ ତଥା ‘ ମୁକ୍ତା ‘ ଯୋଜନାର ଉପଦେଷ୍ଟା କୁମାରୀ ଇପ୍ସିତା ସାହୁ,ବିଜୁ ଯୁବ ଜନତା ଦଳର ସେକ୍ରେଟାରୀ ଶ୍ରୀ ଅମରଜିତ୍ ଗୋଡ଼ ଓ ରମାଦେବୀର ପିଜି ଛାତ୍ରୀ ସୃଷ୍ଟି ମିଶ୍ର ଉପସ୍ଥିତ ଥିଲେ। ଜନସାଧାରଣ ଙ୍କ ସେବା ନିମନ୍ତେ ଏହି ଯାନଟି ଭୁବନେଶ୍ୱରର ୪ଟି ରୁଟ ଯଥା ବାଣୀ ବିହାର ରୁ ଶିଶୁଭବନ ଛକ, କଟକ ରୋଡ, ଆଚାର୍ଯ୍ୟ ବିହାର ରୁ ଏୟାରପୋର୍ଟ ଛକ ଏବଂ ଜୟଦେବ ବିହାର ଛକ ରୁ ରାଜଭବନ ଛକ ଆଦି ରେ ସକ୍ରିୟ ରହିବ।ସହରର ବିଭିନ୍ନ କଲେଜ ଛାତ୍ରଛାତ୍ରୀ, ସଡକରେ ନିରନ୍ତର କାର୍ଯ୍ୟରତ ଅନେକ ଟ୍ରାଫିକ ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀ ଙ୍କ ନିକଟରେ ପହଞ୍ଚି ଜଳସେବା ଯୋଗାଇବା ହେଉଛି ଏହି ଭ୍ରାମ୍ୟମାଣ ଜଳଛତ୍ରର ମୂଳ ଲକ୍ଷ୍ୟ।

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରେରଣା ରେ ପ୍ରେରିତ ହୋଇ ତଥା ମହାନ ଜନନାୟକ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ଅବସରରେ, ଜନସେବାରେ ନିଜକୁ ନିୟୋଜିତ କରି, ଲୋକଙ୍କୁ ପ୍ରଚଣ୍ଡ ଖରାରୁ ଟିକେ ମୁକ୍ତି ଦେବା ପାଇଁ ଏହା ହେଉଛି ଏକ ଛୋଟ ପ୍ରୟାସ। ଏହି ଯାନ ଟି ଜଳ ଆବଶ୍ୟକ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ବାକୁ ଚେଷ୍ଟା କରିବ ଓ ଲୋକ ଙ୍କୁ ଜଳ ଯୋଗାଇବାରେ ସହାୟକ ହେବ ବୋଲି , ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଜୟ ଓଡ଼ିଶାର ସଭାପତି ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।

Leave A Reply

Your email address will not be published.