ଓଡ଼ିଆ ନ୍ୟୁଜ୍: ଜାତୀୟ ହସ୍ତତନ୍ତ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍। ସପ୍ତାହର ଗୋଟିଏ ଦିନ ଓଡ଼ିଶାର ହସ୍ତତନ୍ତ ପରିଧାନ ପାଇଁ ଅପିଲ୍। ଅଧିକରୁ ଅଧିକ ସ୍ବଦେଶୀ ସାମଗ୍ରୀ ବ୍ୟବହାର କରିବକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।ଓଡ଼ିଶାର ୬ଟି ସ୍ଥାନରେ ହେବ ଟେକ୍ସଟାଇଲ୍ ପାର୍କ।ହସ୍ତତନ୍ତ କେବଳ ଆର୍ଥିକ ମେରୁଦଣ୍ଡ ନୁହେଁ, ଏହା ଆମର ଗର୍ବ।୩୦ ଜିଲ୍ଲାରେ ୩୦ ହଜାର ବୁଣାକାର ଶ୍ରମିକ ସହାୟକ ନିଯୁକ୍ତ ହୋଇଛନ୍ତି।ବୁଣାକାରଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ।