ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏଠାରେ ଥିବା ବନ ଅନୁସନ୍ଧାନ ପ୍ରତିଷ୍ଠାନରେ ଉତ୍ତରାଖଣ୍ଡ ଗ୍ଲୋବାଲ ନିବେଶକ ସମ୍ମିଳନୀ 2023 ର ଉଦଘାଟନ କରିଛନ୍ତି। ଦୁଇ ଦିନିଆ ଶିଖର ସମ୍ମିଳନୀରେ ପାହାଡ ରାଜ୍ୟକୁ ଏକ ପ୍ରମୁଖ ବିନିଯୋଗ ଲକ୍ଷ୍ୟ ଭାବରେ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆମ ଉତ୍ପାଦ ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟର ସିନ୍ଧାନ୍ତ ଉପରେ ହେବ । ରତ୍ପାନୀ ଉପରେ ପର୍ଯ୍ୟବେଶିତ ଉତ୍ପାଦ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ ।
ଭୋକାଲ ଫର ଲୋକାଲ ଏବଂ ଲୋକାଲ ଫର ଗ୍ଲୋବାଲର ସମୟ ଆସିଛି । ଗାଁ ଉତ୍ପାଦ ଗୁଡିକ ଗ୍ଲୋବାଲ ହେବାର ସମ୍ଭାବନା ରହିଛି ବୋଲି ଉତ୍ତରାଖଣ୍ଡ ବିଶ୍ବ ନିବେଶକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେ ସୀମାବର୍ତ୍ତୀ ଗାଁରୁ ଶେଷ ଗାଁ ନୁହେଁ ବରଂ ଦେଶର ପ୍ରଥମ ଗାଁ ରୂପରେ ବିକଶିତ କରିବାକୁ ଏକଜୁଟ ହୋଇଛୁ । ଭାରତର ପ୍ରତି ଜିଲ୍ଲା, ପ୍ରତି ବ୍ଲକରେ ଏପରି ଉତ୍ପାଦ ଅଛି ଯାହା ଲୋକାଲ ମାତ୍ର ସେଥିରେ ଗ୍ଲୋବାଲ ହେବାର ସମ୍ଭାବନା ରହିଛି । ବିକଶିତ ଭାରତ ନିର୍ମାଣ ପାଇଁ ନ୍ୟାସନାଲ କ୍ୟାରେକ୍ଟରକୁ ଅଧିକ ସଶକ୍ତ କରିବାକୁ ହେବ । ଆମେ ଯାହା ବି କରିବା ତାହା ବିଶ୍ବରେ ଶ୍ରେଷ୍ଠ ହେବ । ଆମକୁ ଦୁନିଆ ଅନୁକରଣ କରିବ ।
ଆମ ଉତ୍ପାଦ ଜିରୋ ଇଫେକ୍ଟ, ଜିରୋ ଡିଫେକ୍ଟର ସିନ୍ଧାନ୍ତ ଉପରେ ହେବ । ରତ୍ପାନୀ ଉପରେ ପର୍ଯ୍ୟବେଶିତ ଉତ୍ପାଦ ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ”ଦେବଭୂମି ଉତ୍ତରାଖଣ୍ଡ ଆସିଲେ ମନ ଧନ୍ୟ ହୋଇଯାଏ । କିଛି ବର୍ଷ ପୂର୍ବେ ଯେବେ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଆସିଥିଲି ମୋ ମୁହଁରୁ ବାହାରିଥିଲେ ଏକବିଂଶ ଶତାଦ୍ଦୀର ଏହି ତୃତୀୟ ଦଶକ ଉତ୍ତରାଖଣ୍ଡର ଦଶକ । ସେହି କଥାକୁ ମୁଁ ଚରିତାର୍ଥ ହେଉଥିବା ଦେଖିବାକୁ ପାଉଛି । ଏହି ଗୌରବ ସହ ଉତ୍ତରାଖଣ୍ଡ ବିକାଶ ସହ ଯୋଡି ହେବାର ଅବସର ମିଳିଛି । ଉତ୍ତରାଖଣ୍ଡ ସେହି ରାଜ୍ୟ ଯେଉଁଠି ଐଶ୍ବରିକ ଓ ବିକାଶ ଦୁଇଟିର ଅନୁଭବ ଏକା ସହିତ ମିଳିଥାଏ । ଉତ୍ତରାଖଣ୍ଡ ଭାବନାକୁ ନେଇ ମୁଁ ବଞ୍ଚିଛି । ସାମର୍ଥ୍ୟରେ ଭରି ରହିଥିବା ଏହି ଦେବଭୂମି ତୁମପାଇଁ ନିବେଶ ପାଇଁ ବହୁତ ଦ୍ବାର ଖୋଲିବାକୁ ଯାଉଛି ।
ଆଜି ଭାରତ ବିକାଶର ଯେଉଁ ମନ୍ତ୍ର ନେଇ ଆଗକୁ ବଢୁଛି ଉତ୍ତରାଖଣ୍ଡ ତାର ପ୍ରଖର ଉଦାହରଣ । ଏକ ରାଷ୍ଟ୍ର ରୂପରେ ଆମେ ଭାରତକୁ ନେଇ ଗବେଷଣା କରିବା ଦରକାର । ଆକାଂକ୍ଷୀ ଭାରତ ଆଜି ଅସ୍ଥିରତା ଚାହେଁ ନାହିଁ । ସେ ସ୍ଥିର ସରକାର ଚାହେଁ । ଯାହା ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରୁ ଦେଖିବାକୁ ମିଳିଛି । ବିକଶିତ ଭାରତର ନିର୍ମାଣ ଦେଶବାସୀଙ୍କ କର୍ତ୍ତବ୍ୟ । ଏହି ଆତ୍ମବିଶ୍ବାସର ପରିଣାମ କୋରୋନା ସଙ୍କଟ ସମୟରେ ଯେଉଁ ମୁକାବିଲା କରିଥିଲା ସେଥିରେ ଦେଖିବାକୁ ମିଳିଥିଲା । ଅନ୍ୟ ଅର୍ଥ ବ୍ୟବସ୍ଥା ତୁଳନାରେ ଭାରତ ଅଲଗା ସ୍ତରରେ ରହିଛି ।”