ବିଶ୍ୱର ସର୍ବବୃହତମ ଡାଇମଣ୍ଡ ବୁର୍ସର ଉଦଘାଟନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିଶ୍ୱର ସର୍ବବୃହତମ ଡାଇମଣ୍ଡ ବୁର୍ସର ଉଦଘାଟନ । ଗୁଜରାଟର ସୁରତରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୁରତ ଡାଇମଣ୍ଡ ବୁର୍ସ ହେବ ବିଶ୍ୱର ବୃହତମ ହୀରା ବ୍ୟବସାୟୀ ପେଣ୍ଠସ୍ଥଳ । ଏହାକୁ ଆମେରିକାର ସେନା ମୁଖ୍ୟାଳୟ ପେଣ୍ଟାଗନ ଠାରୁ ମଧ୍ୟ ବିଶାଳ ବୋଲି କୁହାଯାଉଛି । ସାଢେ ୩୫ ଏକର ଜାଗାରେ ନିର୍ମିତ ଏହି ହୀରା ବଜାରରେ ୪ହଜାର ୭ଶହରୁ ଅଧିକ ଅଫିସ୍ ରହିଛି । ଏଠାରେ ୬୭ ହଜାର ଲୋକ କାମ କରିପାରିବେ । ଦେଢ ଲକ୍ଷ ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବ ।

ଏହି ୧୬ ମହଲା କୋଠାରେ ୧୩୧ଟି ଲିଫ୍ଟ, ସହ କ୍ଲବ୍, କନଫରେନ୍ସ ହଲ, ହେଲଥ୍ କ୍ଲବ, ରେଷ୍ଟୁରାଁ ଓ ବେଙ୍କ୍ଟେ ହଲ ଆଦି ଅତ୍ୟାଧୁନିକ ସୁବିଧା ରହିଛି । ପଂଚତତ୍ୱ ଥିମରେ ନିର୍ମିତ ଏହି ବିଶାଳ କୋଠାର ନିର୍ମାଣ ୨୦୧୫ ମସିହାରୁ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ସୁରତରେ ପ୍ରତିବର୍ଷ ୨ଲକ୍ଷ କୋଟି ଟଙ୍କାର ହୀରା ବ୍ୟବସାୟ ହୋଇଥାଏ । ଏହି ନୂଆ ହୀରା ବଜାର ଉଦଘାଟିତ ହେଲେ, ସୁରତ ହୀରା ବ୍ୟବସାୟୀ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତ ବିମାନ ବନ୍ଦରରେ ନୂତନ ସମନ୍ୱିତ ଟର୍ମିନାଲ ବିଲଡିଂର ଉଦଘାଟନ କରିବେ । ୧୨ଶହ ଘରୋଇ ଯାତ୍ରୀ ଓ ୬ଶହ ଆନ୍ତର୍ଜାତିକ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି । ପରେ ଏହାକୁ ୩ହଜାର କ୍ଷମତା ବିଶିଷ୍ଟ କରାଯିବ ।

ଫଳରେ ଏହାର ଯାତ୍ରୀ ଆଗମନ ସାମର୍ଥ୍ୟ ବାର୍ଷିକ ୫୫ଲକ୍ଷ ଛୁଇଁବାର ଅନୁମାନ କରାଯାଉଛି । ପୁରୁଣା ଟର୍ମିନାଲ ବିଲଡିଂର ସମ୍ପ୍ରସାରଣ କରି ଏହାକୁ ନିର୍ମାଣ କରାଯାଇଛି । ଏଠାକୁ ଆସୁଥିବା ଲୋକେ କିଭଳି ଭାବେ ଗୁଜରାଟ ସୁରତର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଜାଣିବେ ସେଥିଲାଗି ପ୍ରବେଶ ଦ୍ୱାରକୁ ସ୍ଥାନୀୟ ସଂସ୍କତି ଆଧାରରେ ଡିଜାଇନ୍ କରାଯାଇଛି । ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ସବୁ ପ୍ରକାରର ବ୍ୟବସ୍ଥା କରାଯାଇଥିବା ବିମାନ ବନ୍ଦର ନିଦେ୍ର୍ଦଶକ କହିଛନ୍ତି ।

Leave A Reply

Your email address will not be published.