ପାରାଦୀପ ବନ୍ଦରରେ ଅଘଟଣ; ଜାହାଜ ଉପରେ ଭାଙ୍ଗି ପଡ଼ିଲା କ୍ରେନ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରାଦ୍ୱୀପ ବନ୍ଦରର ମଲ୍ଟି ପରପର୍ସ ବା ଏମପିବି ବ୍ୟର୍ଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଭାଙ୍ଗି ପଡ଼ି ଜାହାଜ ଉପରେ ପଡ଼ିଛି। ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘MV ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା।ଏହି ସମୟରେ କ୍ରେନର ବୁମ୍ ଗ୍ରାଫଟି ଭାଙ୍ଗି ଯାଇଥିଲା। ଏହି ଅଘଟଣରେ କ୍ରେନ ଅପରେଟର ଆହତ ହୋଇଥିଲେ। ଏଥିସହ ବୁମ୍ ଗ୍ରାଫ୍ ଭାଙ୍ଗି ଜାହାଜ ଉପରେ ପଡି ସମୁଦ୍ର ପାଣିକୁ ଖସି ପଡିଥିଲା। ତେବେ ସୂଚନା ମୁତାବକ, ଏହି ଜାହାଜର ନାମ ଏମଭି ଆମନସି ମାକ୍ସିମୁ୍ସ ବୋଲି ଜଣାପଡ଼ିଛି।

ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ତେବେ ଏହି କ୍ରେନ୍ ଟି ଜାହାଜ ଉପରେ ଛିଡି ପଡ଼ିବା ପରେ ଜାହାଜର କର୍ମଚାରୀ ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସୁଚନା ମିଳିନାହିଁ।

Leave A Reply

Your email address will not be published.