ଓଡ଼ିଆ ନ୍ୟୁଜ୍:ଭୁବନେଶ୍ୱର ମହାତ୍ମା ଗାନ୍ଧୀମାର୍ଗରେ ୭୯ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ। ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏଥିସହିତ ଓଡ଼ିଶାବାସୀଙ୍କୁ ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ସମ୍ବୋଧନ ଦେଇଛନ୍ତି ମୋହନ ମାଝୀ ।
ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ସଙ୍ଗଠିତ ଅପରାଧକୁ ଦମନ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳ ନୀତି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡାଯିବ ନାହିଁ ।