ଓଡ଼ିଆ ନ୍ୟୁଜ୍:ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମ୍ । ଶୁବମନ ଗିଲ୍ ଭାରତୀୟ ଦଳର ନୂଆ ଅଧିନାୟକ । ରିଷବ ପନ୍ତ ହେଲେ ଉପ-ଅଧିନାୟକ । ଟେଷ୍ଟ ଟିମ୍ ନାଁ ଘୋଷଣା କଲା ବିସିସିଆଇ । ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଟେଷ୍ଟ ଟିମକୁ ଫେରିଛନ୍ତି କରୁଣା ନାୟାର ।
ଜୟସ୍ବାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଟିମରେ ସିଲେକ୍ଟ ହୋଇଛନ୍ତି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଏହି ଘୋଷଣା କରିଛନ୍ତି।