ଡେମୋ ଦେଖାଇଲା ଭାରତୀୟ ସେନା

0

ଓଡ଼ିଆ ନ୍ୟୁଜ୍: ଡେମୋ ଦେଖାଇଲା ଭାରତୀୟ ସେନା । କେମିତି ଧ୍ୱଂସ କରିଥିଲା ପାକିସ୍ତାନର ଡ୍ରୋନ । ପହଲଗାମ ହମଲ ପରେ ବିଚଳିତ ହୋଇଥିଲା ପାକିସ୍ତାନ । ଭାରତର ଅନେକ ସହର ଧ୍ୱଂସ କରିବା ଲକ୍ଷ୍ୟରେ କରିଥିଲା ଘନ ଘନ ମିସାଇଲ ଓ ଡ୍ରୋନ ଆଟାକ । ଆଉ ତାର କଡ଼ା ଜବାବ ଦେଇଥିଲା ଭାରତୀୟ ସେନା । ଇଣ୍ଡିଆ ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ବିଫଳ କରିଥିଲା ।

ତେବେ ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି । ପାକିସ୍ତାନର ଟାର୍ଗେଟ ଥିଲା ଅମୃତସରର ସ୍ୱର୍ଣ୍ଣ ମନ୍ଦିର । ପଞ୍ଜାବର ଅମୃତସହର ଥିବା ସ୍ୱର୍ଣ୍ଣ ମନ୍ଦରରକୁ ଧ୍ୱଂସ କରିବା ଲକ୍ଷ୍ୟରେ ରଚିଥିଲା ପ୍ଲାନ । ହେଲେ କବଚ ପାଲଟିଥିଲା ଭାରତୀୟ ବ୍ୟବସ୍ଥା । ସ୍ୱର୍ଣ୍ଣ ମନ୍ଦିରକୁ ଦେଇଥିଲା ସୁରକ୍ଷା । ଆକାଶ ମିସାଇଲ ଓ ଏଲ-୭୦ ଏୟାର ଡିଫେନ୍ସ ଗନ ପାକିସ୍ତାନ ପଟୁ ଆସିଥିବା ମିସାଇଲ ଓ ଡ୍ରୋନକୁ ଅକାମୀ କରିଦେଇଥିଲା।

ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା, ଯେଉଁଥିରେ ୨୬ ନିରିହ ଲୋକଙ୍କ ଜୀବନ ଯାଇଥିଲା । ଭାରତ ମେ ୭ ରେ ପାକିସ୍ତାନ ଏବଂ ପାକ ଅଧିକୃତ କାଶ୍ମୀରରେ ପ୍ରମୁଖ ଆତଙ୍କବାଦୀକୁ ଟାର୍ଗେଟ କରି ‘ଅପରେସନ ସିନ୍ଦୂର’ ମାଧ୍ୟମରେ ଜବାବ ଦେଇଥିଲା ।

Leave A Reply

Your email address will not be published.