ଓଡ଼ିଆ ନ୍ୟୁଜ୍: ପାହଲଗାମ ବର୍ବରତାର ଫଳ ଭୋଗୁଛି ପାକିସ୍ତାନ । ପଡ଼ୋଶୀ ଦେଶକୁ ହାତରେ ନମାରି ଭାତରେ ମାରିବାକୁ ଯୋଜନା । ରାଷ୍ଟ୍ରୀୟ ସୁରକ୍ଷା ଓ ସର୍ବାଜନିକ ହିତ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ଭାରତ ସରକାର । ତତ୍କାଳ ପ୍ରସ୍ତାବରେ ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ରୋକ୍ ଲାଗିଛି । ଏହା ପଡ଼ୋଶୀ ଦେଶର ଅର୍ଥନୀତିକୁ ପ୍ରଭାବିତ କରିବ । ଆମଦାନୀରୁ ହେଉଥିବା ଇନକମ୍ ସବୁ ବିପଦରେ ପଡ଼ିବ ।
ଗତ ବର୍ଷ ଏପ୍ରିଲ୍ ମାସରୁ ଚଳିତ ବର୍ଷ ଜାନୁଆରୀ ପର୍ଯ୍ୟନ୍ତ ଭାରତ ସରକାର ପାକିସ୍ତାନ ସହିତ ୪୪.୭୬ କୋଟି ଡଲାର କାରବାର କରିଥିଲେ । ସେହିପରି ଆମଦାନୀ ୪.୨ ଲକ୍ଷ ଡଲାର ହୋଇଥିଲା । ଡିଜିଏଫଟି କୁହାଯାଇଛି, ଏ ବାବଦରେ ଏଫଟିପି ୨୦୨୩ରେ ଏକ କ୍ଲଚ୍ ଯୋଡ଼ି ଦେଇଛି । ଏଥିରେ ପାକିସ୍ତାନରୁ ଆମଦାନୀ ଦେଉଥିବା ସମସ୍ତ ସାମଗ୍ରୀ ଉପରେ ତତ୍କାଳ ପ୍ରସ୍ତାବରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରୋକ୍ ଲଗାଯାଇଛି ।