ଓଡ଼ିଆ ନ୍ୟୁଜ୍: ଦେଶ ପ୍ରେମ ଆଗରେ ବ୍ୟବସାୟ ତୁଚ୍ଛ । ଏହା ପ୍ରମାଣିତ କରିଛନ୍ତି ଭାରତୀୟ ବ୍ୟବସାୟୀ ଜଗତ । ପହଲଗାମ ଆତଙ୍କବାଦୀ ହାମ୍ଲା ପରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନକୁ ସମର୍ଥନ କରିଥିବା ତୁର୍କୀ ଏବଂ ଅଜରବୈଜାନ ସହ ବ୍ୟବସାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଏମାନେ ଘୋଷଣା କରିଛନ୍ତି । ଆଜି ଏହା ଉପରେ ଚୂଡାନ୍ତ ନିଷ୍ପତି ନେବା ପାଇଁ ଦିଲ୍ଲୀରେ ଏକତ୍ର ହୋଇଥିଲେ ୨୪ରୁ ଉଦ୍ଧ୍ୱର୍ ରାଜ୍ୟର ବ୍ୟବସାୟୀ । ତୁର୍କୀ ଏବଂ ଅଜରବୈଜାନ ସହ ସମସ୍ତ ବ୍ୟବସାୟ ବନ୍ଦ କରିବା ପାଇଁ ଏ ଅବସରରେ ଏକ ମିଳିତ ନିଷ୍ପତି ନିଆଯାଇଛି ।
ବିଜେପି ଏପି ତଥା ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ବୈଠକ ପରେ କହିଛନ୍ତି ଯେ, ଉଭୟ ଦେଶ ସହ ବ୍ୟବସାୟ ବନ୍ଦ କରିବାର କାରଣ ସ୍ପଷ୍ଟ । ଭାରତ ବିରୋଧରେ ଯାଇ ଉଭୟ ରାଷ୍ଟ୍ର ଖୋଲାଖୋଲି ଭାବେ ପାକିସ୍ତାନକୁ ସମର୍ଥନ ଦେଇଛନ୍ତି । ତୁର୍କୀ ଏବଂ ଅଜରବୈଜାନ ସହ କୌଣସି ପ୍ରକାର ଆମଦାନି ଏବଂ ରପ୍ତାନୀ ହେବ ନାହିଁ । ତତ୍କାଳ ଭବେ ଏହାକୁ କାର୍ଯ୍ୟକାରୀ କରାଯାଇଛି ।