ଋଷରୁ ତେଲ କିଣିବ ଭାରତ

0

ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି।ଭାରତ କିଣିପାରିବ ଋଷ ତେଲ; ଅନୁମତି ଦେଲା ଆମେରିକା। ସମୁଦ୍ରରେ ଫସିଥିବା ଋଷର ତୈଳ ବୋଝେଇ ଜାହଜକୁ ଆଗକୁ ବଢିବାକୁ ଅନୁମତି। ୩୦ ଦିନ ଯାଏଁ ଭାରତକୁ ତୈଳ ବିକ୍ରି କରିପାରିବ ଋଷ।ଷ୍ଟ୍ରେଟ୍ ଅଫ୍ ହରମୋଜ୍ ବନ୍ଦ ଥିବାରୁ ବିଭିନ୍ନ ଦେଶକୁ ତୈଳ ପରିବହନ ହୋଇପାରୁ ନାହିଁ । ଏପରିକି ଗଲ୍ଫ ଦେଶରେ ଯୁଦ୍ଧର ମାହୋଲ ଥିବାରୁ ବିଭିନ୍ନ ତୈଳ ରିଫାଇନରୀ ବନ୍ଦ ରହିଛି । ଏହାରି ଭିତରେ ଭାରତକୁ ବଡ ରିହାତି ଦେଇଛି ଆମେରିକା । ଋଷଟୁ ତୈଳ କିଣିବା ପାଇଁ ଆମେରିକା ପ୍ରଶାସନ ଭାରତକୁ କହିଛି ।

ରିପୋର୍ଟ ଅନୁସାରେ, ଯୁଦ୍ଧ ଆରମ୍ଭ ହେଲା ପରେ ଭାରତର ଗଚ୍ଛିତ ତୈଳକୁ ନେଇ ଆଶା ଏବଂ ଆଶଙ୍କା ଦେଖାଦେଇଥିଲା । ଦେଶରେ ମାତ୍ର ୫୬ ଦିନର ଅଶୋଧିତ ଏବଂ ଶୁଦ୍ଧ ତୈଳ ଥିବା ନେଇ ଜଣା ପଡିଥିଲା । ଯାହା ପରେ ଚିନ୍ତା ବଢିଥିଲା । ଯୁଦ୍ଧ ପାଇଁ ପେଟ୍ରୋଲ-ଡିଜେଲ ଆମାଦାନୀ ପ୍ରଭାବିତ ହୋଇଥିଲା । ଏବେ ଭାରତ ଋଷଠୁ ୩୦ ଦିନ ଯାଏଁ ତୈଳ ଆମଦାନୀ କରିପାରିବ । ଫଳରେ ସମୁଦ୍ରରେ ଅଟକିଥିବା ଅନେକ ଋଷ ତୈଳ ଜାହାଜଙ୍କୁ ଆଶ୍ୱସ୍ତି ମିଳିବ ।

Leave A Reply

Your email address will not be published.