ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। କେବଳ ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଗୃହକୁ ଜଣାଇଛନ୍ତି।

୨୦୨୨ରେ ଦେଶରେ କରାଯାଇଥିବା ବାଘ ଗଣନାରୁ ଶିମିଳିପାଳରେ ମୋଟ ୧୬ଟି ବାଘ ଥିବାର ଜଣାପଡିଥିଲା । ସେଥିରୁ ୧୦ଟି କେବଳ କଳାବାଘ ବୋଲି ଗୃହକୁ ଜଣାଇଛନ୍ତି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ । ଗତ ୫ ବର୍ଷରେ ବନ୍ୟପ୍ରାଣୀ ସଂରକ୍ଷଣ, ବାସସ୍ଥାନ ପରିଚାଳନା, ମାନବ ସମ୍ବଳ ଏବଂ ଭିତ୍ତିଭୂମିର ବିକାଶ ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ କେନ୍ଦ୍ରୀୟ ଯୋଜନାରେ ୩୨.୭୫ କୋଟି ଟଙ୍କା ଅର୍ଥାତ ସହାୟତା ଯୋଗାଇ ଦିଆଯାଇଛି । ୨୦୨୨ ପାନ-ଇଣ୍ଡିଆ ବାଘ ଗଣନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ୧୬ଟି ବାଘ ଅଛନ୍ତି ।

ସେଥିମଧ୍ୟରୁ ୧୦ଟି ମେଲାନିଜିମ (କଳାବାଘ) ପ୍ରଜାତିର । ଭାରତର ସମସ୍ତ ୧୦ଟି କଳାବାଘ ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ହିଁ ଅଛନ୍ତି । ଆନୁବଂଶିକ ସଂରଚନା ଆଧାରରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଏକ ବିଶିଷ୍ଟ ସଂରକ୍ଷଣ କ୍ଲଷ୍ଟର ଭାବେ ଜଣାଯାଏ ।

Leave A Reply

Your email address will not be published.