ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ୍: ବିହାର ନିର୍ବାଚନ; ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀଙ୍କ ନାଁ ଘୋଷଣା। ପ୍ରେସ୍‌ କନଫରେନ୍ସରେ ନାଁ ଘୋଷଣା କଲେ ଅଶୋକ ଗେହଲଟ୍‌। ଆସିଲା ବଡ଼ ଖବର । ଆଜି ମହାଗଠବନ୍ଧନ ପକ୍ଷରୁ ଏହାର ମୁଖ୍ୟମନ୍ତ୍ରୀ ଚେହେରା ନେଇ ଘୋଷଣା କରାଯାଇଛି | ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହିଁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ନେଇ ଘୋଷଣା କରାଯାଇଥିଲା | ଆଜି ପାଟନାର ମୌର୍ଯ୍ୟ ହୋଟେଲରେ ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ମହାଗଠବନ୍ଧନ ପକ୍ଷରୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।

ଏଥିରେ ଆରଜେଡି ନେତା ତେଜସ୍ୱୀ ଯାଦବ, କଂଗ୍ରେସ ନେତା ଅଶୋକ ଗେହଲଟ୍, ବିହାର କଂଗ୍ରେସ ସଭାପତି ରାଜେଶ ରାମ, ଭିଆଇପି ମୁଖ୍ୟ ମୁକେଶ ସାହାଣୀ, ସିପିଆଇଏମର ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଅନ୍ୟାନ୍ୟ ସହଯୋଗୀ ଦଳର ନେତାମାନେ ଉପସ୍ଥିତ ଥିଲେ। ତେଜସ୍ୱୀ ଯାଦବ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି ସାର୍ବଜନୀନ ଭାବରେ ଘୋଷଣା କରାଯାଇଥିଲା। କଂଗ୍ରେସ ନେତାଙ୍କ ସହ ତମାମ ଆଲୋଚନା ପରେ ମହାମେଣ୍ଟ ତରଫରୁ ପ୍ରେସମିଟ୍ କରି ଏହି ଘୋଷଣା କରାଯାଇଛି ।କଂଗ୍ରେସ ନେତା ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି । ଅଶୋକ ଗେହଲଟ କହିଛନ୍ତି, ବିହାରରେ ମହାମେଣ୍ଟ ପୂରାପୂରି ଭାବେ ଏକଜୁଟ୍ ଅଛି ।

Leave A Reply

Your email address will not be published.