କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

0

ଓଡ଼ିଆ ନ୍ୟୁଜ୍:ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ।ଅବଦୁଲ କଲାମ ଆଇଲାଣ୍ଡରୁ ସକାଳ ୯.୩୫ ମିନିଟରେ ଉତ୍‌କ୍ଷେପଣ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ କରାଯାଇଛି। ସୋମବାର ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍‌କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ସହ ଭୂପୃଷ୍ଠରୁ ଏହା ଟାର୍ଗେଟ୍‌ କରିଥାଏ।

ଏହି ସଫଳ ଉତ୍‌କ୍ଷେପଣ କେବଳ ଭାରତର କ୍ଷୁଦ୍ର-ଦୂରବର୍ତ୍ତୀ ଆକ୍ରମଣ କ୍ଷମତାକୁ ସୁଦୃଢ଼ କରେ ନାହିଁ ବରଂ ସ୍ବଦେଶୀ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟାରେ ମଧ୍ୟ ଏକ ବଡ଼ ସଫଳତା। ପ୍ରତିରକ୍ଷା ବିଶ୍ଳେଷକମାନେ ପ୍ରଳୟ-୬କୁ ଯୁଦ୍ଧକ୍ଷେତ୍ର ଶ୍ରେଷ୍ଠତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆସେଟ୍‌ ଭାବରେ ଦେଖନ୍ତି।

Leave A Reply

Your email address will not be published.