ଭାରତ ହିଟ୍, ଦକ୍ଷିଣ ଆଫ୍ରିକା ଫ୍ଲପ୍

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):   ଟିମ୍ ଇଣ୍ଡିଆ ୮ ରୁ ୮ ମ୍ୟାଚ୍ ଜିତି ଅପରାଜୟ । ଅପେକ୍ଷା ରହିଥିଲା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚର । ଚଳିତ ବିଶ୍ୱକପର ୩୭ତମ ମ୍ୟାଚରେ ଭାରତ ୨୪୩ ରନର ବଡ ବ୍ୟବଧାନର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦବଦବ୍ା ବଜାୟ ରଖିଛି । କାରଣ ଭାରତ ପୂର୍ବରୁ ଅଷ୍ଟ୍ରେଲିଆ, ପାକିସ୍ତାନ, ନୁ୍ୟଜିଲ୍ୟାଣ୍ଡ ଓ ଇଂଲଣ୍ଡ ଭଳି ବିଶ୍ୱକପର ଦାବିଦାର ଟିମ୍ କୁ ଅତି ସହଜରେ ହରାଇଥିବା ବେଳେ କେବଳ ଦକ୍ଷିଣ ଆଫ୍ରିକା ରହିଥିଲା । ଶେଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଆଗରେ ମୁଣ୍ଡ ନୁଆଁଇଲେ ପ୍ରୋଟିଜ୍ । କହିବାକୁ ଗଲେ ଭାରତ ହିଟ୍ ତ ଦକ୍ଷିଣ ଆଫ୍ରିକା ଫ୍ଲପ୍ ହୋଇଛି । ଫଳରେ ପଏଂଟ ତାଲିକାରେ ଭାରତ ଶୀର୍ଷ ସ୍ଥାନରେ ରହିବା ସହ ପଏଂଟ ଓ ରନ୍ ରେଟରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରୁ ପଛରେ ପକାଇଛି । ଭାରତର ୧୬ ପଏଂଟ ଓ ୨.୪୫୬ ରନ ରେଟ୍ ଥିବା ବେଳେ ଦକ୍ଷିଣ ଆଫ୍ରିକାର ୧୨ ପଏଂଟ ଓ ୧.୩୭୬ ରନରେଟ୍ ରହିଛି ।

ରବିବାର କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିଅମ୍ ଠାରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନେଇଥିଲା । ଓପନର ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ ଦମ୍ଦାର ବ୍ୟାଟିଂ କରି ୬ ଓଭରରେ ୬୨ ରନ କରିଥିଲେ । ରୋହିତ ୨୪ଟି ବଲରୁ ୬ଟି ଚୌକା ଓ ୨ଟି ଛକା ସହ ଧୂଆଁ ଧାର ୪୦ରନ୍ କରିଥିଲେ । ତେବେ ବିରାଟ କୋହିଲଙ୍କ ଶତକ, ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ଏବଂ ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଡେଜାଙ୍କ ଦ୍ରୁତ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୨୬ ରନର ବିଶାଳ ସ୍କୋର କରିଥିଲା । କୋହଲି ୧୨୧ଟି ବଲରୁ ୧୦ଟି ଚୌକା ସହ ଅପରାଜିତ ୧୦୧ ରନ, ଆୟର ୮୭ଟି ବଲରୁ ୭ଟି ଚୌକା ଓ ୨ଟି ଛକା ସହ ୭୭, ଜାଡେଜା ଅପରାଜିତ ୨୯, ଗିଲ ୨୩ ଓ ସୂର୍ଯ୍ୟକୁମାର ୨୨ ରନ କରିଥିଲେ । ବିରାଟ ତାଙ୍କ ଜନ୍ମଦିନରେ ଏହି ବିଶ୍ୱକପ୍ ର ଦ୍ୱିତୀୟ ଶତକ ହାସଲ କରିବା ସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ ବିଶ୍ୱ ରେକର୍ଡ ୪୯ ଶତକର ସମକକ୍ଷ ହୋଇଥିଲେ । ବିରାଟକୁ ପ୍ଲେୟର ଅଫ୍ ଦ ମ୍ୟାଚ ବିବେଚିତ କରାଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ମାର୍କୋ ଜାନସେନ, କାଗିସୋ ରବାଡା, କେଶବ ମହାରାଜ ଓ ତବରେଜ ଶାମସି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଦକ୍ଷିଣ ଆଫ୍ରିକା ସ୍ପିନରଙ୍କ ବୋଲିଂ ଦେଖି ଲାଗୁଥିଲା ଭାରତୀୟ ସ୍ପିନର ମାନେ ବି କମାଲ ଦେଖାଇବେ । ଆଉ ସେଇଆ ହିଁ ହେଲା । ଜବାବରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓଭରରେ ପ୍ରଥମ ୱିକେଟ୍ ହରାଇଥିଲା । ଏହାପରେ ତାସ ପତା ପରି ଖସି ପଡିଥିଲା ପ୍ରୋଟିଜ୍ ଟିମ୍ ର ୱିକେଟ୍ । କେହି ୧୫ରନ ବି କରିପାରି ନଥିଲେ । ଜାନସେନ ୧୪, ଭାନଡର ଡୁସେଁ ୧୩, ବଉ୍ୁମା ଓମିଲର ୧୧ ରନ କରିଥିଲେ । ଜାଡେଜା ୫ଟି, ମହମ୍ମଦ ଶମୀ ଓ କୁଲଦୀପ ଯାଦବ ୨ଟି ଲେଖାଏଁ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ । ଭାରତର ଶେଷ ମ୍ୟାଚ୍ ନେଦରଲ୍ୟାଣ୍ଡସ ସହ ଥିବାବେଳେ ଲାଗୁଛି ଲିଗ୍ ପର୍ଯ୍ୟାୟରେ ସବୁ ମ୍ୟାଚ୍ ଜିତି ଅପରାଜୟ ରହିବ ଟିମ୍ ଇଣ୍ଡିଆ ।

Leave A Reply

Your email address will not be published.