ଆରବସାଗରରେ ୩ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରବସାଗରରେ ୩ ଯୁଦ୍ଧ ଜାହାଜ ମୁତୟନ କଲା ଭାରତ । କର୍ଣ୍ଣାଟକ ମାଙ୍ଗାଲୋର ଆସୁଥିବା ଅଶୋଧିତ ତୈଳ ବୋଝେଇ ଜାହାଜ ଉପରେ ଡ୍ରୋନ ଆଟାକ ପରେ ଭାରତ ସତର୍କତା ପଦକ୍ଷେପ ସୂରୁପ ଯୁଦ୍ଧ ଜାହାଜ ମୁତୟନ କରିଛି । INS ମୋରମୁଗାଓ, INS କୋଚି, INS କୋଲକାତା ଭଳି ଯୁଦ୍ଧ ଜାହାଜ ମୁତୟନ ହୋଇଛି । ମୁମ୍ବାଇ ବନ୍ଦରରେ ଲାଇବେରିଆ ପତାକା ଲାଗିଥିବା କେମିକାଲ୍ ଟ୍ୟାଙ୍କର ଏମଭି କେମ୍ ପ୍ଲୁଟୋ ପହଞ୍ଚିବା ପରେ, ଏହାର ନିୟମିତ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଜଣା ପଡ଼ିଥିଲା ଯେ, ଏହି ଟ୍ୟାଙ୍କରକୁ ଡ୍ରୋନ ଦ୍ବାରା ଆକ୍ରମଣ କରାଯାଇଛି ।

ଆକ୍ରମଣରେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଥିବା କୁହାଯାଉଥିବା ବେଳେ, ଏହାର ଫୋରେନସିକ ଯାଞ୍ଚ ଆରମ୍ଭ ହୋଇଛି । ଭାରତୀୟ ନୌସେନାର ପ୍ରାଥମିକ ଅନୁସନ୍ଧାନ ପରେ, ଆରବ ସାଗରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଶତ୍ରୁପକ୍ଷଙ୍କ ଯେ କୌଣସି ପ୍ରକାର ହମଲା ସମ୍ଭାବନାର ମୁକାବିଲା ପାଇଁ ନୌସେନା ପକ୍ଷରୁ ଆରବ ସାଗରରେ ତିନିଟି ଯୁଦ୍ଧ ଜାହାଜ ମୁତୟନ କରାଯିବା ସହ, ଯାଞ୍ଚ ଆରମ୍ଭ ହୋଇଛି।

ଆଉ ଏପଟେ ଯେଉଁ ଜାହାଜ ଉପରେ ଆକ୍ରମଣ ହୋଇଥିଲା, ନୌସେନାର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ତାର ତଦନ୍ତ କରୁଛି ।ଜାହାଜର ଯେଉଁ ଅଂଶରେ ଆକ୍ରମଣ ହୋଇଥିଲା, ସେଠାରୁ କିଛି ଭଗ୍ନାଂବଶେଷ ସଂଗ୍ରହ କରାଯାଇ ପରୀକ୍ଷା ନୀରିକ୍ଷା ଚାଲିଛି । କେତେ ପରିମାଣର ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଆକ୍ରମଣ ପାଇଁ କ’ଣ କ’ଣ ବ୍ୟବହାର କରାଯାଇଥିଲା ସେସବୁର ତଦନ୍ତ ଚାଲିଛି । ଗତ ଶନିବାର ହୋଇଥିଲା ସାଉଦ ଆରବରୁ ମାଙ୍ଗାଲୋର ଆସୁଥିବା ବେଳେ ଆରବ ସାଗରରେ ଏମଭି କେମ୍ ପ୍ଲୋଟୋ ତୈଳବାହୀ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଥିଲା ।

ଜାହାଜଟିରେ ଆଂଶିକ ଭାବେ ନିଆଁ ଲାଗିଯାଇଥିଲା । ହେଲେ ପରେ ଏହାକୁ ଆୟତ୍ତ କରାଯାଇଥିଲା । ଡ୍ରୋନ ଆକ୍ରମଣରେ କ୍ଷତିଗ୍ରସ୍ତ ଜାହାଜ ହେଉଛି ଏମଭି ଚେମ୍ ପ୍ଲଟୋ । ଏଭଳି ଘଟଣା ପରେ ଜାହାଜର ସୁରକ୍ଷା ପାଇଁ ଆଗକୁ ପାଦ ବଢାଇଥିଲା ଭାରତୀୟ ନୌସେନା ।

Leave A Reply

Your email address will not be published.